www.samajalive.in
Sunday, December 7, 2025
26.1 C
Bhubaneswar

ସମାଜ ପାଠକ ବିଚାର ମଞ୍ଚ ପକ୍ଷରୁ ଶିକ୍ଷାରେ ଅନୁଶାସନ ଆଲୋଚନାଚକ୍ର

କାମାକ୍ଷାନଗର : କାମାକ୍ଷାନଗର ସମାଜ ପାଠକ ବିଚାର ମଞ୍ଚ ପକ୍ଷରୁ ସ୍ଥାନୀୟ ସର୍ବ ପୁରାତନ କଳ୍ପନା କ୍ଲବ ପରିସରରେ ‘ଶିକ୍ଷାରେ ଅନୁଶାସନ’ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ପାଠକ ବିଚାର ମଞ୍ଚର ଆବାହକ ଶୁଭମୟ ନନ୍ଦଙ୍କ ଆବାହକତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ବିଚାର ମଞ୍ଚର ସଭାପତି ଜ୍ଞାନରଞ୍ଜନ ମିଶ୍ର ଅଧ୍ୟକ୍ଷତା କରି ଆଲୋଚନା ଚକ୍ର ସଂପର୍କରେ ଆଲୋକପାତ କରି ଏଇ ଅବସରରେ ଉପଖଣ୍ଡର ଚାରି ଗୋଟି ବ୍ଲକର ଚାରିଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଇବାକୁ ସ୍ଥିର ହୋଇଥିବାର ପ୍ରକାଶ କରିଥିଲେ। ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂପ୍ରତୀକ ପରିସ୍ଥିତିରେ ଶିକ୍ଷାର୍ଥୀ, ଶିକ୍ଷକ ଓ ଅଭିଭାବକ ସମନ୍ତରାଳ ଭାବେ ଶିକ୍ଷାକୁ ଗୁରୁତ୍ୱାରୋପ କରି ପାରିଲେ ଶିକ୍ଷାର ଉନ୍ନତି ରେ ସମ୍ଭବ ବୋଲି ମତ ବ୍ୟକ୍ତ କରି ଉତ୍କଳମଣି ଗୋପାବନ୍ଧୁ ଦାସଙ୍କ ଶୃଙ୍ଖଳିତ ଶିକ୍ଷାଦାନ ସଂପର୍କରେ ସୂଚନା ଦେଇ ତାଙ୍କରି ଶିକ୍ଷାନୀତିକୁ ଅନୁସରଣ କରି ପାରିଲେ ଶିକ୍ଷାରେ ଉନ୍ନତି ହେବା ସ୍ୱାଭାବିକ ବୋଲି ପ୍ରକାଶ କରିଥିଲେ। ସାରଙ୍ଗାଧର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗବନ୍ଧୁ ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଜେ ନିଜକୁ ଶୃଙ୍ଖଳିତ ରହି ଶିକ୍ଷାକୁ ଗୁରୁତ୍ୱ ଦେଇପାରିଲେ ଶିକ୍ଷାରେ ଅନୁଶାସନ ସମ୍ଭବ ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନଗରପାଳ ଗୋବିନ୍ଦ ଚନ୍ଦ୍ର ସାହୁ, ବରିଷ୍ଠ ଉପଦେଷ୍ଟା ମେଜର ପ୍ରଭାତ କୁମାର ଦାଶ, ମଞ୍ଚର ଉପସଭାପତି ଶ୍ରୀରାମ ରାଉତ,ଭୁବନ ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରାଜଲକ୍ଷ୍ମୀ ଟୁଡୁ, କଙ୍କଡ଼ାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରସନ କୁମାର ସାହୁ, କାମାକ୍ଷାନଗର ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ବନ୍ଦିତା ମହାନ୍ତି, ଦିଲ୍ଲୀପ କୁମାର ବରାଳ, କାମାକ୍ଷାନଗର ମହାବିଦ୍ୟାଳୟର ଅଧ୍ୟାପକ ଡ଼କ୍ଟର ଜୟକୃଷ୍ଣ ମିଶ୍ର, ଅଧ୍ୟାପକ ପ୍ରଦୀପ କୁମାର ମହାପାତ୍ର, ସନ୍ତୋଷ କୁମାର ମିଶ୍ର, ଦୁର୍ୟ୍ୟୋଧନ ସାହୁ, ଓଷ୍ଟା ସଂଘର କାମାକ୍ଷାନଗର ବ୍ଲକ ସଂପାଦକ ଗଜେନ୍ଦ୍ର ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇ ଶୃଙ୍ଖଳିତ ଭାବେ ନିଜେ ନିଜକୁ ଶିକ୍ଷାରେ ମନୋନିବେଶ କରି ପାରିଲେ ଶିକ୍ଷାର ଉନ୍ନତିରେ ସହାୟକ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ।
ଏଇ ଅବସରରେ ପାଠକ ମଞ୍ଚ ପକ୍ଷରୁ ଉପଖଣ୍ଡର ଚାରି ଗୋଟି ବ୍ଲକ କାମାକ୍ଷାନଗର ବ୍ଲକର ଶର୍ମିଷ୍ଠା ସାହୁ, କଙ୍କଡ଼ାହାଡ଼ ବ୍ଲକର ପଦନ ଚରଣ ସାହୁ, ଭୁବନ ବ୍ଲକର କାମାକ୍ଷା ପ୍ରସାଦ ସାହୁ, ପରଜଙ୍ଗ ବ୍ଲକର ବଳରାମ ପଣ୍ଡାଙ୍କୁ ଲୋକନାଥ ମିଶ୍ର ସମ୍ମାନରେ ସମ୍ମାନିତ କରାଯାଇ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଚାର ମଞ୍ଚର ସଂଯୋଜକ ନିରଞ୍ଜନ ସାହୁ କାର୍ୟ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବିଚାର ମଞ୍ଚର ସଂମ୍ପାଦକ ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ। ଏଥିରେ ଉପଖଣ୍ଡ ସାମ୍ବାଦିକ ସଂଘର ସାଧାରଣ ସଂମ୍ପାଦକ ପ୍ରକାଶ କୁମାର ପାତ୍ର, ଅନିଲ ସାହୁ, ପାଠକ ବିଚାର ମଞ୍ଚର ସଦସ୍ୟ ଦେବୀ ପ୍ରସାଦ ନାୟକ , ଅଧୁସୂଦନ ରାଉତ, ପ୍ରତାପ ବାରିକ ପ୍ରମୁଖ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories