www.samajalive.in
Friday, December 12, 2025
27.1 C
Bhubaneswar

ସ୍ବାମୀ କିଡ୍‌ନୀ ରୋଗରେ ଆକ୍ରାନ୍ତ, ୫ ବର୍ଷର ଝିଅକୁ ହୃଦ୍‌ରୋଗ; ଜୀବନ ବଞ୍ଚିବାକୁ ଜିଲାପାଳଙ୍କୁ ସହାୟତା ଭିକ୍ଷା

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ହିର୍ଲିପାଲି ପଞ୍ଚାୟତର ଭୋଇଟିକ୍ରାରେ ରହୁଥିବା ଲିଙ୍ଗରାଜ ବିଶିଙ୍କ ପତ୍ନୀ ଶୁଭାବତୀ ବିଶି ନିଜର ସ୍ବାମୀଙ୍କ ସହ ହୃଦ୍ ରୋଗରେ ପୀଡ଼ିତ ୫ ବର୍ଷର ଝିଅ ରୁବୀନାକୁ ଧରି ସହାୟତା ଭିକ୍ଷା ପାଇଁ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ । ତାଙ୍କର ଦୁଃଖ ବୁଝିପାରି ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଏହା ବ୍ୟତୀତ ଆବଶ୍ୟକ ପଡ଼ିଲେ ଆହୁରି ସହାୟତା ଦିଆଯିବ ବୋଲି ତାଙ୍କୁ ଜିଲ୍ଲାପାଳ ମନିଷା ବାନାର୍ଜୀ ଆଶ୍ଵାସନା ଦେଇ ଯାଇଛନ୍ତି । ଏହି ସହାୟତା ପାଇଁ ଶୁଭାବତୀ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସୁଭାବତିଙ୍କ ସ୍ବାମୀ ଜଣେ କିଡନୀ ରୋଗୀ । ମଜୁରୀ କାମ କରି ପରିବାର ପୋଷୁଛନ୍ତି । ତାଙ୍କର ଗୋଟିଏ ପୁଅ ଦୁଇ ଝିଅ। ବଡ ପୁଅ ବର୍ତ୍ତମାନ ଚତୁର୍ଥ ଶ୍ରେଣୀରେ ପାଠ ପଢୁଛି। ସାନ ଝିଅକୁ ମାତ୍ର ପାଞ୍ଚ ବର୍ଷ । କିନ୍ତୁ ବିଡ଼ମ୍ବନାର ବିଷୟ ସେ ହୃଦ୍ ରୋଗରେ ଆକ୍ରାନ୍ତ ସାଙ୍ଗକୁ ତାର ଆଖିକୁ ବି ଦିଶୁନାହିଁ । ତା’ର ହୃତପିଣ୍ଡରେ ଏକ ରନ୍ଧ୍ର ଥିବା ମାଆ ଶୁଭାବତୀ ପ୍ରକାଶ କରିଛନ୍ତି । ତେବେ ସ୍ବାମୀ କିଡନୀ ରୋଗରେ ଆକ୍ରାନ୍ତ ଯୋଗୁଁ ପ୍ରତିଦିନ ତାଙ୍କ ପାଇଁ ଔଷଧ ଦରକାର ପଡୁଛି । ଏହା ସାଙ୍ଗକୁ ପୁଣି ଝିଅର ଏହି ଦୁଃସାଧ୍ୟ ରୋଗ କଥା ଜାଣି ସେ ଭାଙ୍ଗି ପଡିଛନ୍ତି । ତାଙ୍କର ଜମି ବାଡି କିଛି ନାହିଁ । ଏହା ସତ୍ତ୍ୱେ ମଧ୍ୟ ତା’ର ଚିକିତ୍ସା ପାଇଁ ପାଖରେ ଥିବା ସୁନା ଗହଣା ଟିକକ ବିକି ରାୟପୁର, ଭୁବନେଶ୍ୱର, କଟକ, ବୁର୍ଲା, ବରଗଡ଼ ତଥା ଅତାବିରା ସବୁଠାରେ ଚିକିତ୍ସା କରାଇ ସାରିଛନ୍ତି, ହେଲେ କିଛି ସୁଫଳ ମିଳିନାହିଁ । ଶାରୀରିକ, ମାନସିକ ଓ ଆର୍ଥିକ ଚିନ୍ତା ଚାପରେ ଅନ୍ୟ କୌଣସି ରାସ୍ତା ନ ପାଇ ଶେଷରେ ସହାୟତା ପାଇଁ ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ଆବେଦନ କରିଥିଲେ ।

- Advertisement -

ସେହିପରି ଜହ୍ନାପଡ଼ା ୭ ବର୍ଷର ଜଣେ ବାଳିକା ଚିନ୍ମୟୀ ବିଶି ଜନ୍ମରୁ ଚାଲିବୁଲି ପାରୁନାହାନ୍ତି । ତେଣୁ ବାପା ଓ ମାଆ ଉଭୟେ ଝିଅକୁ ଧରି ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲେ। ଜନ ଶୁଣାଣି ସାରି ଜିଲ୍ଲାପାଲ ଯିବା ପାଇଁ ପ୍ରସ୍ତୁତ ଥିବା ବେଳେ ଏହି ଝିଅର ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ଆବେଦନ ପତ୍ର ଲେଖିବାକୁ କହି ତାକୁ ଏକ ହ୍ବିଲ ଚେୟାର ପ୍ରଦାନ କରିଥିଲେ ।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories