www.samajalive.in
Friday, December 12, 2025
23.1 C
Bhubaneswar

ଭୁବନେଶ୍ୱର ଧଉଳି ନିକଟରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା !

ଭୁବନେଶ୍ୱର – ଧଉଳି ନିକଟରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ।  ନିଶା ନିବାରଣ କେନ୍ଦ୍ରରେ ତାଙ୍କ ପରିବାର ଲୋକ ନିଶା ଛାଡିବା ପାଇଁ ଛାଡି ଥିଲେ । ତିନି ତଳେ ସେ ନିଶା ନିବାରଣ କେନ୍ଦ୍ରକୁ ଛାଡିଥିଲେ । ଏହାପରେ ୪୦ ହଜାର ଟଙ୍କା ଦେଇଥିବା ପରିବାର ଲୋକ କହିଛନ୍ତି । ଝରଣା ସାହିର ଏହି ଯୁବକଙ୍କୁ ହତ୍ୟା କରାଯାଇଥିବା କୁହାଯାଇଛି । ନିଶା ନିବାରଣ କେନ୍ଦ୍ର କର୍ମଚାରୀ ଏବଂ ମାଲିକ ପ୍ରବଳ ମାଡ ମାରିଥିବା ଅଭିଯୋଗ ହୋଇଛି ।

 

- Advertisement -

ମଙ୍ଗଳବାର ରାତି ୪ଟାରେ ନିଶାନିବାରଣ କେନ୍ଦ୍ରରୁ ତାଙ୍କ ଘରକୁ ଫୋନ ଯାଇଥିଲା। ସେ ଶ୍ୱାସ ପ୍ରଶ୍ୱାସ ନେଉ ନଥିବା କଥା କହି ଏକ ଘରୋଇ ଡାକ୍ତରଖାନାକୁ ଆଣିଥିଲେ । ସେଠାରୁ ପରିବାର ଲୋକ କ୍ୟାପିଟାଲ ହସପିଟାଲ ନେଇଥିବା କଥା କହିଥିଲେ । ସେଠାରେ ତାଙ୍କ ସ୍ୱାମୀ ମୃତ ଅବସ୍ଥାରେ ପଡିଥିବା ଦେଖିଥିଲେ । ଏହାପରେ ତାଙ୍କ ସ୍ୱାମୀଙ୍କ ପିଠିରେ ମାଡ ଚିହ୍ନ ଥିବା କଥା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ।

 

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories