www.samajalive.in
Saturday, December 6, 2025
26.1 C
Bhubaneswar

ପାଣି ଘେରରେ ଅଙ୍ଗନୱାଡ଼ି

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ୱାର୍ଡ ନଂ ୮ରେ ରହିଥିବା ଅଙ୍ଗନୱାଡ଼ି କେନ୍ଦ୍ର-୩ ସମ୍ମୁଖରେ ଜମି ରହିଛି ବର୍ଷା ପାଣି । ଏହି ସମସ୍ୟା ଦୀର୍ଘ ଦିନରୁ ରହିଛି। ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି ହୋଇଯାଉଥିବାରୁ କୋମଳମତି ଶିଶୁମାନେ ବାଧ୍ୟ ହୋଇ ଏହି ପାଣିରେ ପଶି ଅଙ୍ଗନୱାଡ଼ି କେନ୍ଦ୍ରକୁ ଯିବା ଆସିବା କରୁଛନ୍ତି । ପାଣି ଜମି ରହିବାରୁ ମଶା, ମାଛିଙ୍କ ପ୍ରାଦୁର୍ଭାବ ବଢୁଥିବା ଦେଖାଯାଉଛି । ତେଣୁ ଛୋଟ ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ପ୍ରଭାବ ପଡୁଛି। କେନ୍ଦ୍ର କୋଠରୀରୁ ବାହାରକୁ ବାହାରିଲେ ରହିଛି ମଇଳା ପାଣି। ସାଧାରଣତଃ ଏହି ବୟସରେ ପିଲାମାନେ ଖେଳ କୁଦରେ ବେଶୀ ମନ ଲଗାଇ ଥାଆନ୍ତି। ଖେଳ ମାଧ୍ୟମରେ ଅନେକ କଥା ଶିଖି ପାରନ୍ତି। କିନ୍ତୁ ଏଠି ପିଲାମାନେ ଖୁସିରେ ଟିକେ ଖେଳି ପାରୁନାହାନ୍ତି । କେନ୍ଦ୍ରକୁ ଲାଗି ରହିଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ପାଣିରେ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି । ଏଣୁ ଜିଲା ପ୍ରଶାସନ ଦୃଷ୍ଟି ଦେଇ ବିହୀତ ପଦକ୍ଷେପ ନେବା ପାଇଁ ଅଞ୍ଚଳରେ ଦାବୀ ହେଉଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories