www.samajalive.in
Monday, December 8, 2025
27.1 C
Bhubaneswar

ଅନ୍‌ଲାଇନ ଭତ୍ତା ପ୍ରଦାନର ପରିଣତି; ୫ମାସ ହେଲା ଭତ୍ତାରୁ ବଞ୍ଚିତ ଭିନ୍ନକ୍ଷମ ଯୁବତୀ

ରେଙ୍ଗାଲି: ସରକାର ରାଜ୍ୟର ଭିନ୍ନକ୍ଷମ, ଅସହାୟ ବୃଦ୍ଧ, ବୃଦ୍ଧାମାନଙ୍କୁ ଅନ୍‌ଲାଇନରେ ବ୍ୟାଙ୍କ୍ ପାସ୍‌ବୁକ ଜରିଆରେ ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି। ତେବେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅନେକ ହିତାଧିକାରୀ ମାସମାସ ଧରି ଭତ୍ତା ନପାଇ ହଇରାଣ ହେବା ସହିତ ଦୁଶ୍ଚିନ୍ତାରେ ଅଛନ୍ତି। ରେଙ୍ଗାଲି ବ୍ଲକ ଲଇଡା ଗ୍ରାମର ବିନତି ଧୁରୁଆ ନାମ୍ନୀ ଜନୈକ ଭିନ୍ନକ୍ଷମ ଯୁବତୀ ଗତ ୫ମାସ ହେଲା ଭତ୍ତା ପାଇ ନଥିବା ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ। ବିନତି ଧୁରୁଆ ଫେବୃଆରୀ ମାସ ପରେ ଏପର୍ଯ୍ୟନ୍ତ ଭତ୍ତା ପାଇନାହାନ୍ତି। ଭତ୍ତା ପାଇଁ ବ୍ୟାଙ୍କକୁ ଗଲେ ତୁମର ଭତ୍ତା ଟଙ୍କା ପାସ୍‌ବୁକରେ ଜମା ହୋଇନାହିଁ, ବ୍ଲକ କି ପଞ୍ଚାୟତ ଅଫିସକୁ ଯାଇ ବୁଝ ବୋଲି କହୁଛନ୍ତି। ପଞ୍ଚାୟତ ଅଫିସକୁ ଗଲେ ବ୍ଲକ ଅଫିସକୁ ଯାଇ ପଚାର ବୋଲି କହୁଛନ୍ତି। ବ୍ଲକ ଅଫିସରେ ପଚାରିଲେ ବ୍ୟାଙ୍କକୁ ଯାଅ ସେଠାରୁ ପାସ୍‌ବୁକରୁ ଭତ୍ତା ଟଙ୍କା ଉଠାଣ କରିବ ବୋଲି କହୁଛନ୍ତି। ଗତ ୫ମାସ ହେଲା ଭତ୍ତା ଗଣ୍ଡାକ ପାଇଁ ବ୍ୟାଙ୍କ୍, ପଞ୍ଚାୟତ, ବ୍ଲକ ଅଫିସ ଧାଇଁ ଧାଇଁ ଭିନ୍ନକ୍ଷମ ବିନତି ଓ ତାଙ୍କ ବାପା ହରିହର ଧୁରୁଆ ନୟାନ୍ତ ହେଲେଣି ହେଲେ ବିନତିଙ୍କୁ ୫ ମାସର ଭତ୍ତା ମିଳିନାହିଁ। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ବିନତି ଧୁରୁଆଙ୍କୁ ୫ମାସର ଭତ୍ତା ପ୍ରଦାନର ବ୍ୟବସ୍ଥା କରିବାକୁ ଦାବୀ ହେଉଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories