www.samajalive.in
Sunday, December 14, 2025
26.1 C
Bhubaneswar

୨୦ ଲିଟର କଫ ସିରଫ ଜବତ, ୨ କୋର୍ଟ ଚାଲାଣ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଚୁଳଧର ଗ୍ରାମର ଲାଣ୍ଡିଯୁରିଆରେ ପୁଲିସ ହାତରେ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ବରାହାଗୋଡା ଗ୍ରାମର ବିଦ୍ୟାନନ୍ଦ ସାହୁ (୪୫) ଓ ପଧାନ ପାଲିର ଡମ୍ବରୁଧର ପୋଡ଼ (୩୫) ବ୍ୟକ୍ତି ଗିରଫ ହେଇ କୋର୍ଟ ଚାଲାଣ ହୋଇଛନ୍ତି। ଏହି ଦୁଇ ଜଣ ଅଭିଯୁକ୍ତ ବିନା ଲାଇସେନ୍ସରେ ଏସ୍କାଫ କଫ ଶିରଫ ଓ ନାଇଟ୍ରସ ଔଷଧକୁ ମିଶାଇ ଏକ ବିଷାକ୍ତ ତରଳ ପଦାର୍ଥ ତିଆରି କରି ଚଢ଼ା ମୂଲ୍ୟରେ ବିକ୍ରି କରି ଲୋକଙ୍କୁ ଶୋଷଣ କରିବା ସହିତ ଲୋକଙ୍କୁ ନିଶା ଶକ୍ତ କରାଉଥିଲେ। ଏହା ବ୍ୟତୀତ ବିଭିନ୍ନ ଗ୍ରାମରେ ଘୁଡୁଘୂଡୁ ପଟି ଖେଳାଇ ମଧ୍ୟ ଲୋକଙ୍କ ଠାରୁ ପଇସା ପତ୍ର ନେଇ ଲୋକଙ୍କୁ ଏଥିରେ ଲିପ୍ତ ରହିବାକୁ ବାଧ୍ୟ କରିବା ମଧ୍ୟ ଅଭିଯୋଗ ରହିଛି। ଏମାନେ ଘୁଦୁଘୁଡୁ ପଟି ଖେଳରେ ଲିପ୍ତ ରହିଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅତାବିରା ଥାନା ଅଧିକାରୀଙ୍କ ନେତୃତ୍ୱରେ ପୁଲିସ ଟିମ ଉକ୍ତ ସ୍ଥାନରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।ଏହା ସହ ସେମାନଙ୍କ ପାଖରେ ଥିବା ୨୦ ଲିଟର କଫ ସିରଫ୍, ୧୦ଟି ନିଟ୍ରୋସନ୍ ଟାବଲେଟ୍, ୬ଟି ବିଭିନ୍ନ ଘୁଡ଼ୁଘୁଡୁ ପଟି ଗୋଟି, ଗୋଟିଏ ପଲିଥିନ ମସିଣା, ଗୋଟିଏ ବାଉଁଶ ଟୋକେଇ, ୫ଟି ପ୍ଲାଷ୍ଟିକ ଗ୍ଲାସ ଓ ନଗଦ ୩୬୨୦ ଟଙ୍କା ଜବତ କରିଛନ୍ତି। ଏ ନେଇ ଅଭିଯୁକ୍ତଙ୍କ ବିରୁଦ୍ଧରେ କେସ ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories