www.samajalive.in
Saturday, December 13, 2025
21.1 C
Bhubaneswar

ଲାୟନ୍ସ କ୍ଲବ୍ ପକ୍ଷରୁ ଗଉର ଟିକ୍ରା ଶ୍ରୀ କୃଷ୍ଣାନନ୍ଦ ଅନାଥାଶ୍ରମରେ ରନ୍ଧା ଖାଦ୍ୟ ଓ ପଢା ସାମଗ୍ରୀ ବଣ୍ଟନ

ରେଙ୍ଗାଲିକ୍ୟାମ୍ପ: ଲୋକଙ୍କୁ ସେବା ଯୋଗାଇବା ଉଦ୍ଦେଶ୍ୟରେ ଅତାବିରାରେ ଅନେକ ଗୁଡ଼ିଏ ଅନୁଷ୍ଠାନ ଅଣ୍ଟା ଭିଡିଛନ୍ତି । ସେଥି ମଧ୍ୟରୁ ଲାୟଂସ୍ କ୍ଲବ୍ ଅନ୍ୟତମ । ଏହି କ୍ଲବ୍ ବା ଅନୁଷ୍ଠାନର କର୍ମକର୍ତ୍ତା ମାନେ ଅଞ୍ଚଳରେ ବିଭିନ୍ନ ସମୟରେ ଗରିବ, ଅସହାୟ, ରୋଗୀ ମାନଙ୍କ ସେବାରେ ତତ୍ପରତା ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ଗତକାଲି ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ କ୍ଲବର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଗଉର ଟିକ୍ରା ଶ୍ରୀକୃଷ୍ଣାନନ୍ଦ ଆଶ୍ରମରେ ସେବା ଦାନ ପାଇଁ ପହଞ୍ଚି ଥିଲେ  । ସେଠାରେ ରହୁଥିବା ୧୩୦ରୁ ଊର୍ଦ୍ଧ୍ବ ଅନାଥ ପିଲାଙ୍କୁ ରନ୍ଧା ଖାଦ୍ୟ ସାଙ୍ଗକୁ ପିଲା ମାନଙ୍କୁ ପାଠ ପଢ଼ିବା ପାଇଁ  ଖାତା, କଲମ, ରବର୍, ପେନସିଲ ଆଦି ବଣ୍ଟନ କରିଥିଲେ । ଏହି  କାର୍ଯ୍ୟକ୍ରମରେ କ୍ଲବର ଉପସଭାପତି ବଳରାମ ପ୍ରଧାନ, ନରେଶ ଅଗ୍ରୱାଲ, ସୋମନାଥ ପଟ୍ଟନାୟକ, ଶିବ ଶଙ୍କର ତ୍ରିପାଠୀ, ବିନୟ କୁମାର ଦାସ, ଅମିତ୍ ଗୁପ୍ତା, ଜୟ କ୍ରିଷ୍ଣା, ରାଜୀବ ବିଶ୍ଵାଳ, ସୁଦୟ ଭୋଇ , ଦିନେଶ ଭୋଇ, ଜଗବନ୍ଧୁ ପଣ୍ଡା,ବି ଗୋବିନ୍ଦୁ, ବିକାଶ ସାହୁ ପ୍ରମୁଖ ସାମିଲ ହୋଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

 

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories