www.samajalive.in
Friday, December 12, 2025
17.1 C
Bhubaneswar

ଅଧାରେ ରହିଗଲା ପ୍ରକଳ୍ପ; ୨୨ ବର୍ଷ ହେଲା ଖତ ଖାଉଛି ୧୧ କୋଟି ଟଙ୍କାର ବୃହତ୍ ପାନୀୟ ଜଳ ପ୍ରକଳ୍ପ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଖିଣ୍ଡା,ଲପଙ୍ଗା,ଠେଲକୋଲୋଇ ଆଦି ଗ୍ରାମ ପଞ୍ଚାୟତର ୩୫ଟି ଗ୍ରାମକୁ ପିଇବା ପାଣି ଯୋଗାଇ ଦେବାକୁ ଖିଣ୍ଡା ଛକ ପାଖରେ ଭୁଷଣ ଷ୍ଟିଲ୍ କମ୍ପାନୀ ର ପାରପାର୍ଶିକ ବିକାଶ ପାଣ୍ଠିରୁ ବୃହତ୍ ପାନୀୟ ଜଳ ପ୍ରକଳ୍ପର ୨୦୦୯ ମସିହାରେ ତତ୍କାଳିନ ବାଚସ୍ପତି କିଶୋର କୁମାର ମହାନ୍ତି ଶିଳାନ୍ୟାସ କରିଥିଲେ। ଏହି ପାନୀୟ ଜଳ ପ୍ରକଳ୍ପ ପାଇଁ ୩ଏକର ସରକାରୀ ଜମି ମଞ୍ଜୁର ହୋଇ ୧୧କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇ କାମ ଆରମ୍ଭ ହୋଇଥିଲା। ପ୍ରାୟ ୫କୋଟି ଟଙ୍କାର କାମ ହେଲା ପରେ ଦୀର୍ଘ ବର୍ଷ ହେଲା କାମ ବନ୍ଦ ଅଛି। ପମ୍ପ ହାଉସ, ଓଭର ହେଡ୍ ଟାଙ୍କି ଆଦି ଆନୁସଙ୍ଗିକ ସମସ୍ତ ଗୃହ ନିର୍ମାଣ ଅର୍ଥାତ୍ ସିଭିଲ୍ କାମ ସରିଥିବାର ଦେଖିବାକୁ ମିଳୁଛି। ଶିଳାନ୍ୟାସର ୨୨ବର୍ଷ ବିତିଗଲା ପରେ ଏହି ପ୍ରକଳ୍ପ ବିଭିନ୍ନ କାରଣରୁ ଅସମ୍ପୂର୍ଣ ହୋଇ ରହିବା ପରେ ଏବେ ରାଜ୍ୟ ସରକାରଙ୍କ ଟେପ୍ ଫ୍ରମ୍ ହୋମ୍ ଯୋଜନାରେ ହିରାକୁଦ ଜଳ ଭଣ୍ଡାର ତଟରେ ଥିବା ରେଙ୍ଗାଲି ନିକଟସ୍ଥ କୁର୍ଲା ଗ୍ରାମ ପାଖ ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ଯୁଦ୍ଧକାଳିନ ଭିତ୍ତିରେ ଆରମ୍ଭ ହୋଇଛି।

 

- Advertisement -

ଏହି ପ୍ରକଳ୍ପ ରୁ ରେଙ୍ଗାଲି ବ୍ଳକ୍ ର ସମସ୍ତ ଗ୍ରାମ ର ଘର କୁ ଘର ପାଇପ୍ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ଘୋଷାଣା କରାଯାଇଛି। ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ୨୨ବର୍ଷ ପୂର୍ବେ ତତ୍କାଳିନ ବାଚସ୍ପତି କିଶୋର ମହାନ୍ତିଙ୍କ ଦ୍ୱ୍ାରା ଖିଣ୍ଡା ଛକ ପାଖରେ ଶିଳାନ୍ୟାସ ହେଲା ପରେ ୫କୋଟି ଟଙ୍କା ଖର୍ଚ୍ଚ ହୋଇ ସାରି ଅସମ୍ପୂର୍ଣ ଥିବା ପାନିୟ ଜଳ ପ୍ରକଳ୍ପ ର କାମ ଆଉ ସମ୍ପୂର୍ଣ ହେବ ନାହିଁ ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀ ରେ ଏହି ଅସମ୍ପୂର୍ଣ ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ କଣ ବୋଲି ସଚେତନ ନାଗରିକ ମହଲ ରେ ପ୍ରଶ୍ନ ହେଉଛି। ସରକାର୍ କା ମାଲ୍ ଓର୍ କମ୍ପାନୀ କା ମାଲ୍ ଦରିଆ ମେ ଡାଲ୍ ନୀତି ରେ ଏହି ଅଧାପନ୍ତରିଆ ପ୍ରକଳ୍ପ ଖତ ଖାଇବ ନା ଅନ୍ୟ କୌଣସି ଜନ କଲ୍ୟାଣ ଉଦ୍ଦେଶ୍ୟ ରେ ବ୍ୟବହାର ହେବ ବୋଲି ଜନସାଧାରଣ ରେ ଚର୍ଚ୍ଚା ହେଉଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories