www.samajalive.in
Saturday, December 13, 2025
15.1 C
Bhubaneswar

ଦେଶ ଗଠନରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ, ଶିକ୍ଷକ ହେଉଛନ୍ତି ରାଷ୍ଟ୍ରର ନିର୍ମାତା : ବିଚାରପତି ଡ.ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ

ଭୁବନେଶ୍ୱର: ଦେଶ ଗଠନରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଓ ଶିକ୍ଷକ ହେଉଛନ୍ତି ରାଷ୍ଟ୍ରର ନିର୍ମାତା। ସେମାନଙ୍କ ଜ୍ଞାନ, ବ୍ୟକ୍ତିତ୍ୱ, ତ୍ୟାଗ ଓ ଉତ୍ସର୍ଗିକୃତ ମନୋଭାବ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇଥାଏ। ଶିକ୍ଷାର ଅର୍ଥ ହେଉଛି ଆହ୍ୱାନକୁ ସମ୍ମୁଖୀନ ହେବା। ଯଦି ପ୍ରତିଟି ଆହ୍ୱାନକୁ ସଫଳତାର ସହ ମୁକାବିଲା କରାଯାଇପାରିବ ତାହେଲେ ସବୁ ସମସ୍ୟାର ସମାଧାନ ହୋଇପାରିବ । ଫଳରେ ଜଣେ ନିଜର ରୁଚି ଥିବା କ୍ଷେତ୍ରରେ ପାରଦର୍ଶିତା ହାସଲ ସହ ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିପାରିବ। ଏହି ଦିଗ ପ୍ରତି ଶିକ୍ଷକ ସମାଜ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ଡ.ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।
ବାଣୀବିହାର ଏମକେସିଜି ଅଡିଟୋରିୟମରେ ଆୟୋଜିତ ଉତ୍କଳ ବିଶ୍ୱବିଦ୍ୟାଳୟର ୫୧ତମ ସମାବର୍ତ୍ତନ ଉତ୍ସବ ତଥା ଉପାଧି ପ୍ରଦାନ ସମାବେଶରେ ଓଡ଼ିଶା ହାଇକୋର୍ଟର ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ଶୃଙ୍ଖଳା, ତ୍ୟାଗ ଓ ଉତ୍ସର୍ଗିକୃତ ମନୋଭାବ ହିଁ ସଫଳତାର ଚାବିକାଠି। ଶ୍ରେଷ୍ଠ ପ୍ରଦର୍ଶନ ସହ ନିଜର ପ୍ରତିଭା ଓ ଦକ୍ଷତା ବିକାଶ ପାଇଁ ଛାତ୍ରଛାତ୍ରୀମାନେ ଏହି ୩ଟି ସଫଳତାର ସୂତ୍ର ଉପରେ ଗୁରୁତ୍ୱ ଦେବା ଉଚିତ। ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନରେ ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନଟ କରି ସେହି କ୍ଷେତ୍ରରେ କିଭଳି ସେମାନେ ପାରଦର୍ଶିତା ହାସଲ କରିପାରିବେ ସେଥିପାଇଁ ପ୍ରୟାସ ଜାରି ରଖିବାକୁ ଶିକ୍ଷକମାନେ ପରାମର୍ଶ ଦେବା ଆବଶ୍ୟକ। ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ ଶିକ୍ଷାଗ୍ରହଣ ପରେ ଦାୟିତ୍ୱ ବଢ଼ିଯିବ। ଚାକିରି, ବ୍ୟବସାୟ କିମ୍ବା ଆତ୍ମନିର୍ଭରଶୀଳ କ୍ଷେତ୍ରରେ କିଭଳି ଉତ୍କର୍ଷ ହାସଲ କରିପାରିବେ ସେଥିପାଇଁ ଛାତ୍ରଛାତ୍ରୀମାନେ କଠିନ ଅଧ୍ୟବସାୟ ଜାରି ରଖିବାକୁ ବିଚାରପତି ଡ.ଷଡ଼ଙ୍ଗୀ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ବୈଷୟିକ ଜ୍ଞାନ ଓ କୈଶଳ ଅଧ୍ୟୟନପାଇଁ ଛାତ୍ରଛାତ୍ରୀମାନଙ୍କ ଆଗ୍ରହ ଓ ନିଜନିଜ ରୁଚି ଅନୁସାରେ ବିଷୟ ନିର୍ବାଚନ କରି ଅଧ୍ୟୟନ କରିବା ଉଚିତ ଓ ପ୍ରତ୍ୟେକ ବିଦ୍ୟାର୍ଥୀ ଶୃଙ୍ଖଳା, ଉପାସନା, ଓ ତ୍ୟାଗ ବଳରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ନୂତନଦିଗନ୍ତ ଆବିଷ୍କାର କରିପାରିବେବୋଲି ମୁଖ୍ୟ ଅତିଥି ଅଭିଭାଷଣରେ କହିଥିଲେ ।


କାର୍ୟ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ କହିଥିଲେ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ହେଉଛି ଅନ୍ୟମାନଙ୍କ ପାଇଁ ମାର୍ଗଦର୍ଶକ। ଉଚ୍ଚତର ଶିକ୍ଷା ପ୍ରଦାନ ସହିତ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ଆତ୍ମବଳ, ଆତ୍ମବିକାଶ ତଥା ଆତ୍ମଶୁଦ୍ଧି ନିମିତ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଉତ୍କଳ ବିଶ୍ୱବିଦ୍ୟାଳୟ କେବଳ ଓଡ଼ିଶାରେ ନୁହେଁ, ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ବିଦିତ। ଏହି ବିଶ୍ୱବିଦ୍ୟାଳୟର ସୁରଭିରେ ସମଗ୍ର ବିଶ୍ୱର ବାତାବରଣ ଆଜି ସୁରଭିଯୁକ୍ତ। ଶିକ୍ଷା ସହ ମୂଲ୍ୟବୋଧ ମିଶିଲେ ଏଥିରେ ଉତ୍କର୍ଷତା ଆସିପାରିବ। ଉତ୍କଳ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ଅନୁଦାନ ପାଣ୍ଠି ଯୋଗାଇ ଦେବାରେ କେବେ ଅବହେଳା କରିନାହାନ୍ତି। ଏହାର ଉନ୍ନତିକରଣ ପାଇଁ ସରକାର ୬୦କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ଅପରପକ୍ଷରେ ବିଶ୍ୱିଦ୍ୟାଳୟରେ ଉଚ୍ଚ ମାନର ଶିକ୍ଷା ଗ୍ରହଣ ପାଇଁ ସବୁ ବିଭାଗରେ ସ୍ମାର୍ଟ କ୍ଲାସ ରୁମ ବ୍ୟବସ୍ଥା କରିବାକୁ ସରକାର ପାଣ୍ଠି ଯୋଗାଇଦେବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି। ଡକ୍ଟର ଅରୁଣ କୁମାର ସାହୁ ଉତ୍କଳ ବିଶ୍ୱବିଦ୍ୟାଳୟର ବିକାଶ ଓ ଶୈକ୍ଷିକ ପରିବେଶ ସମ୍ପର୍କରେ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପିତ କରି କହିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଗବେଷଣାର ଗୁଣ ଓ ମାନ ଅଭିବୃଦ୍ଧି ନିମନ୍ତେ ଆର୍ଥୀକ ଅନୁଦାନ ସହିତ ସରକାରଙ୍କ ତରଫରୁ ଯୁବ ଗବେଷକମାନଙ୍କୁ ଗବେଷଣା ବୃତ୍ତି ପ୍ରଦାନ କରାଯାଇ ଗବେଷଣାର ମୂଲ୍ୟବୋଧକୁ ଉଜ୍ଜୀବିତ କରିବା ସମୀଚୀନ ହେବ । ତାଙ୍କ ମତରେ ଏଇ ବିଶ୍ୱବିଦ୍ୟାଳୟ ମାନବ ସମ୍ବଳ ସୃଷ୍ଟିକରିବା ସହିତ ତାର ବିତରଣ, ସୁସମବଣ୍ଟନପାଇଁ ମଧ୍ୟ ଆମକୁ ମାର୍ଗ ଦର୍ଶାଇବ । ଗବେଷକମାନେ ବିଭିନ୍ନ ସ୍ୱତନ୍ତ୍ର ଗବେଷଣାଭିତ୍ତିକ ଜର୍ଣ୍ଣାଲରେ ନିଜନିଜର ଗବେଷଣାତ୍ମକ ନୂତନ ଦିଗନ୍ତ ଲୋକଲୋଚନକୁ ଆଣିପାରିଲେ ଆମ ଅନୁଷ୍ଠାନର ଗୁଣାତ୍ମକ ମୂଲ୍ୟ ବୃଦ୍ଧିପାଇବ । ବିଶ୍ୱବିଦ୍ୟାଳୟର ବିକାଶ ନିମନ୍ତେ ଆମମାନଙ୍କୁ ଉତ୍ତର ଦାୟିତ ବହନ କରିବାକୁ ହେବ, ଏହା କରାଗଲେ ଦେଖିବ ଉତ୍କଳ ବିଶ୍ୱବିଦ୍ୟାଳୟ ଅନ୍ୟମାନଙ୍କପାଇଁ ପଥପ୍ରଦର୍ଶକ ଓ ଆଲୋକ ସଂଚାରକ ହେବ ବୋଲି ସେ ପ୍ରକାଶ କରିଥିଲେ।

- Advertisement -


ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ଅତିଥିମାନଙ୍କୁ ସ୍ୱାଗତ କରିବା ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ଗୌରବମୟ ଐତିହ୍ୟ, ଶିକ୍ଷା ମନ୍ତ୍ରୀଙ୍କର ଆନ୍ତରିକତା, ସହଭାଗିତା, ପ୍ରୋତ୍ସାହନ ତଥା ଅନୁଦାନ ପ୍ରଦାନ କରିବାରେ ଆଗ୍ରହକୁ ଅଭିନନ୍ଦନ ଜଣାଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ପରିବେଶ, ଶୃଙ୍ଖଳା, ଗବେଷଣା, ଓ ଗୁଣାତ୍ମକ ଶିକ୍ଷାପ୍ରଦାନ କରାଯାଉଥିବା ହେତୁ ଆଜି ବିଶ୍ୱଦରବାରରେ ଉତ୍କଳ ବିଶ୍ୱବିଦ୍ୟାଳୟ ବହୁ ପ୍ରଶଂସିତ ହେବା ସହିତ ସର୍ବଭାରତୀୟ ସ୍ତରରେ ଏନ.ଆର୍.ଆଇଦ୍ୱାରା ୮୭ ତମ ସ୍ଥାନରେ ନାମାଙ୍କିତ ହୋଇପାରିଛି, ତାହା ବାସ୍ତବରେ ଆମପାଇଁ ଗର୍ବ ଓ ଗୌରବର ବିଷୟବୋଲି ସେ ଘୋଷଣା କରି ଛାତ୍ରଛାତ୍ରୀ, ଗବେଷକଗେବେଷିକା, ଶିକ୍ଷକ ସମାଜ ଓ ସମସ୍ତ କର୍ମକର୍ତ୍ତାମାନଙ୍କୁ ଆନ୍ତରିକ ସାଧୁବାଦ ଜଣାଇଥିଲେ। ଏହି ମାତୃ ବିଶ୍ୱବିଦ୍ୟାଳୟ ଓଡିଶାର ଅନ୍ୟବିଶ୍ୱବିଦ୍ୟାଳୟପାଇଁ ପ୍ରେରଣା ଓ ଆଦର୍ଶବୋଲି ସେ ଦୃଦୟଙ୍ଗମ କରିଥିଲେ। ସମତା, ସହଭାଗିତା, ଆନ୍ତରିକତା, କର୍ମପ୍ରବଣତା, ସାମାଜିକ ନ୍ୟାୟ ବିଶ୍ୱବିଦ୍ୟାଳୟ ବିକାଶର କାରଣବୋଲି କୁଳପତି ଦର୍ଶାଇଥିଲେ। ନୂତନ ଶିକ୍ଷା ନୀତି ଓ ଗବେଷଣରେ ଅନ୍ତଃଶୃଙ୍ଖଳା ବିଦ୍ୟାର ଅନୁମୋଦନ ଏବଂ ନବନିର୍ମିତ ବିଭିନ୍ନ କେନ୍ଦ୍ର ମାଧ୍ୟମରେ ଉତ୍ସାହ ଜନକ ପ୍ରକଳ୍ପ ଓ ଗବେଷଣା କାର୍ୟ୍ୟରେ ନୂତନତ୍ୱ, ବୈଷୟିକ ବିକାଶ ତଥା ଡିଜିଟାଲାଇଜେସନ ପ୍ରକ୍ରିୟା ଆମ ବିଶ୍ୱବିଦ୍ୟାଳୟର ଗୈରବକୁ ସଂପ୍ରସାରିତ କରିବାରେ ସହାୟକ ହୋଇପାରିବ ବୋଲି କୁଳପତି କହିଥିଲେ। କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମାବର୍ତ୍ତନା ଉତ୍ସବରେ ବିଭିନ୍ନ ବିଷୟରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୯୮ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ଏବଂ ୧୮୯ ଛାତ୍ରଛାତ୍ରୀଙ୍କୁ ପିଏଚଡି ଡିଗ୍ରୀ ଉପାଧି ପ୍ରଦାନ କରାଯାଇଥିଲା। କୁଳସଚିବ ଡ.ଅଭୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ୫୧ତମ ସମାବର୍ତ୍ତନ ଉତ୍ସବ ତଥା ଉପାଧି ପ୍ରଦାନ ସମାବେଶରେ ସିଣ୍ଡିକେଟ ସଦସ୍ୟଙ୍କ ସମେତ ଶିକ୍ଷକ, ଗବେଷକ, ଛାତ୍ରଛାତ୍ରୀ, ଅଭିଭାବକମାନେ ଯୋଗଦେଇଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories