www.samajalive.in
Monday, December 15, 2025
26.1 C
Bhubaneswar

ସଡ଼କ ଦୁର୍ଘଟଣାରେ ପରିବା ବ୍ୟବସାୟୀ ଗୁରୁତର; ବୁର୍ଲା ସ୍ଥାନାନ୍ତର

ରେଙ୍ଗାଲିକ୍ୟାମ୍ପ: ଅତାବିରା ଦେଇ ଯାଇଥିବା ୫୩ନଂ ଜାତୀୟ ରାଜପଥରେ ଅତାବିରା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ସମ୍ମୁଖରେ ରାଜରାସ୍ତା ଉପରେ ମଙ୍ଗଳବାର ସକାଳ ପାଖାପାଖି ୭ଟା ୩୦ମିନିଟ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ବରଗଡ଼ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ଯାତ୍ରୀ ଓହ୍ଲାଉଥିବା ସମୟରେ ପଛ ପଟରୁ ଏକ ୩ଚକିଆ ପରିବା ବୋଝେଇ ଟ୍ରଲି ରିକ୍ସା ଗାଡି ଭାରସାମ୍ୟ ହରାଇ ଧକ୍କା ହୋଇଥିଲା। ଫଳରେ ଟ୍ରଲି ଚାଳକ ତ୍ରିନାଥ ଜେନା ଛିଟିକି ପଡ଼ି ଗୁରୁତର ହୋଇଛନ୍ତି। ଗୁରୁତର ଚାଳକଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଏନେଇ ଅତାବିରା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅଧିକରୁ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ବସକୁ କିଭଳି ଭାବେ ଘଉଡାଇ ଦେଇଥିଲେ ତାହା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ଏନେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଇନ୍ସପେକ୍ଟର ବାଗଙ୍କୁ ପଚାରିବାରୁ ନାଁ ନାଁ ତାର କାଗଜ ପତ୍ର ସବୁ ଲେଖାପଢ଼ା ହୋଇଛି ଏବଂ ସେ ଆସିବ ବୋଲି ପ୍ରକାଶ କରିଥିଲେ। ରାଜରାସ୍ତା ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ହେବା ସହ ରାଜରାସ୍ତା ଉପରେ ବ୍ଲକ, ଜିଲ୍ଲା, ଏନ୍ଏସି ତଥା ରାଜ ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥାର କିଛି ସ୍ବାର୍ଥ ଲାଳସା ଓ ଭଡ଼ାଟିଆ ମନୋଭାବ ଯୋଗୁଁ ରାଜପଥରେ ଜବର ଦଖଲକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି। ଟ୍ରକ୍ ପାର୍କିଂ, ଗ୍ୟାରେଜ, ରାସ୍ତା ଉପରେ ଦୋକାନ ବଜାର ଖୋଲି କିଏ କେତେ କେଉଁଠୁ ଭଡ଼ା ଖାଉଛି ତ ଆଉ କିଏ ପେଟ ପାଇଁ ରାସ୍ତା ଉପରେ ବସି ବେପାର କରୁଛି। ଯଦ୍ୱାରା ଛୋଟ ମୋଟ ଘଟଣାଠାରୁ ଆରମ୍ଭ କରି ଲୋମହର୍ଷଣକାରୀ ମର୍ମନ୍ତୁଦ ଦୁର୍ଘଟଣା ଘଟି କେତେ ମାଆ କୋଳ ଶୂନ୍ୟ ହେଉଛି ତ କେତେ ସଧବା ମଥାରୁ ସିନ୍ଦୂର ଲିଭି ସାରିଛି। ସେହିପରି କେତେ ପିଲା ବାପ ଛେଉଣ୍ଡ ହୋଇ ହତାଦର ହୋଇ ସାରିଲେଣି। ଏନେଇ ବାରମ୍ବାର ବିଭିନ୍ନ ଅନୁଷ୍ଠାନ ତଥା ଜନସାଧାରଣଙ୍କ ପକ୍ଷରୁ ଅଭିଯୋଗ ଓ ରାସ୍ତାରୋକ କରି ନୟାନ୍ତ ହୋଇ ସାରିଥିଲେ ମଧ୍ୟ ପ୍ରଶାସନ ତଥା ରାଜରାସ୍ତା ନିର୍ମାଣକାରୀ ଠିକା ସଂସ୍ଥା କେଉଁଠି କେତେ ଭଡ଼ା ଅସୁଲି କରି ଚୁପ୍ ରହୁଛନ୍ତି ବୋଲି ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯାହା ଫଳରେ ଦିନକୁ ଦିନ ବିଭିନ୍ନ ପ୍ରକାର ଦୁର୍ଘଟଣା ଘଟି ନିରୀହ ମୂଲ୍ୟବାନ ଜୀବନ ବଳି ପଡୁଛି। ତେବେ ଏଥି ପ୍ରତି ସରକାର ଦୃଷ୍ଟି ଦେଇ ତୁରନ୍ତ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories