www.samajalive.in
Saturday, December 6, 2025
19.1 C
Bhubaneswar

ବଡ ଧରଣର ଡକାୟତି ଯୋଜନା ପଣ୍ଡ ; ଦୁଇ ଗିରଫ

ରେଙ୍ଗାଲିକ୍ୟାମ୍ପ : ଅତାବିରା ଅଞ୍ଚଳରେ ପୁଣି ଦେଖାଦେଇଛି ଡକାୟତ ମାନଙ୍କ ରାଜୁତି। ଅନେକ ଦିନ ଧରି ବିଭିନ୍ନ ଅଞ୍ଚଳରେ ଚୋରି ଡକାୟତି ଚାଲୁ ହୋଇ ଆସୁଛି। ମନ୍ଦିରରୁ ମୂର୍ତ୍ତି ଚୋରି,ହୁଣ୍ଡି ଚୋରି,ବଜାରରୁ ବାଇକ୍, ମୋବାଇଲ ଆଦି ଅନେକ ଚୋରି ଘଟଣା ନିତିଦିନିଆ ଭାବରେ ଗଣ ମାଧ୍ୟମରେ ପ୍ରକାଶିତ ହୋଇ ଆସୁଅଛି। ଅନେକ ଛୋଟ ମୋଟ ଚୋର ଧରା ମଧ୍ୟ ପଡ଼ୁଛନ୍ତି ।
ମାତ୍ର ଏକ ବଡ଼ ଧରଣର ଡ଼କାୟତି ଉଦ୍ୟମ ଡକାୟତ ମାନଙ୍କ ପାଇଁ ମହଙ୍ଗା ପଡ଼ିଛି। ପୁଲିସ ସୂତ୍ରରୁ ଜଣାପଡିଛି ,ବୁଗୁବୁଗା  ଗ୍ରାମର ହୃଦାନନ୍ଦ ବେହେରା ନାମକ ଜଣେ ବ୍ୟକ୍ତି ଗତକାଲି ଅପରାହ୍ନ ପ୍ରାୟ ୩ଟା ୨୫ ମିନିଟରେ ଅତାବିରା ଷ୍ଟେଟ ବ୍ୟାଙ୍କ ଏ ଟି ଏମ୍ ରୁ ଏକ ଲକ୍ଷ ୧୬ ହଜାର କାଢି ପୁଣି ଡି ସି ବି ଏ ଟି ଏମ୍ ରୁ କୋଡ଼ିଏ ହଜାର କାଢ଼ିଥିଲେ। ପୋଷ୍ଟ ଅଫିସରେ ଜମା କରିବା ପାଇଁ ଘରୁ ୩୦ ହଜାର ଟଙ୍କା ଧରି ଆସିଥିଲେ। କିନ୍ତୁ ଏସବୁ କାମ ସାରୁ ସାରୁ ବିଳମ୍ବ ହେବାରୁ ସେ ପୋଷ୍ଟ ଅଫିସରେ ଆଉ ଜମା ନକରି ଘରକୁ ଫେରୁଥିଲେ। ତାଙ୍କ ପଛେ ଦୁଇଜଣ ଅଜଣା ବ୍ୟକ୍ତି ହୁଣ୍ଡା ବାଇକ୍  ରେ ତାଙ୍କୁ ପିଛା କରି ବବେବିରା ରାସ୍ତାରେ ତାଙ୍କୁ ପଛପଟୁ ଧକ୍କା ମାରି ଥିଲେ। ଫଳରେ ସେ ତଳେ ପଡ଼ିଯାଇଥିଲେ। ଲୁଟେରା ଦୁଇଜଣ ଗୋଟିଏ ଢେଲାରେ ତାଙ୍କ ଗାଡ଼ିର ଡିକି ଭାଙ୍ଗି ଡିକିରେ ଥିବା ଏକ ଲକ୍ଷ ଷାଠିଏ ହଜାର ଟଙ୍କା ନେଇ ଫେରାର ମାରୁଥିବା ବେଳେ ବ୍ୟକ୍ତି ଜଣକ ତଳୁ ଉଠିପଡ଼ି ଦୁଇ ଲୁଟେରାଙ୍କ ମଧ୍ୟରୁ ଜଣକୁ କାବୁ କରି ଚୋର ଚୋର ବୋଲି ଜୋର୍ ରେ ପାଟି କରିଥିଲେ।
ଫଳରେ ଅନ୍ୟ ଜଣକ ବିଲ ଭିତରେ ଦୌଡ଼ି ପଳାଉ ଥିବା ବେଳେ ନିକଟସ୍ଥ ଆନ୍ଧ୍ର ପଡ଼ାରୁ ଲୋକେ ଆସି ଦ୍ଵିତୀୟ ଲୁଟେରାକୁ କାବୁ କରି ନେଇଥିଲେ। ଉତ୍ୟକ୍ତ ଜନତା ଉକ୍ତ ଲୁଟେରା ଦୁଇ ଜଣଙ୍କୁ ମାଡ ମାରି ଅତାବିରା ପୁଲିସକୁ ଖବର ଦେଇଥିଲେ। ପୁଲିସ ଲୁଟେରା ମାନଙ୍କୁ ଗିରଫ କରିବା ସହ ବାଇକ୍ କୁ ଜବତ କରି ଥାନାକୁ ନେଇ ଆସିବା ପରେ ତାଙ୍କୁ ପଚରାଉଚରା କରି ତଦନ୍ତ ଆରମ୍ଭ କରିଥିଲେ। ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ ଓ ଏସ ଆଇ ଯାଦବ ବାଗ ଏହାର ତଦନ୍ତ କରୁଥିବା ଜଣା ପଡ଼ିଛି। ଏହି ଲୁଟେରା ମାନେ ଆନ୍ଧ୍ର ପ୍ରଦେଶର ନିରୁ ଅଞ୍ଚଳର ବାସିନ୍ଦା। ଏହି ନିରୁ ହେଉଛି ଏକ ପାହାଡି ଅଞ୍ଚଳ। ଏହି ପାହାଡ ରେ ଏମାନଙ୍କର ଡକାୟତ ଦଳ ରହି ରାଜ୍ୟ ତଥା ବାହାର ଅଞ୍ଚଳରେ ଏମିତି ଡକାୟତି କରିବା ଏମାନଙ୍କର ମୁଖ୍ୟ ପେଶା ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରୁ ଜଣକର ନାମ ପି ସଞ୍ଜୟ ବୋଲି ଜଣାପଡିଛି ।ତେବେ ଅଧିକ ତଦନ୍ତ ପରେ ସବୁ ତଥ୍ୟ ଜଣାପଡ଼ିବ ବୋଲି ସୂଚନା ମିଳିଛି। ତେବେ ଚୋରଙ୍କ ରାଜୁତି ଆନ୍ଧ୍ର ପ୍ରଦେଶରୁ ଅତାବିରା ପର୍ୟ୍ୟନ୍ତ ଲମ୍ବିସାରିଛି। ତେଣୁ ପୁଲିସ ମଧ୍ୟ ଜନ ସାଧାରଣଙ୍କୁ ସଚେତନ କରୁଛନ୍ତି ସାବଧାନ ଓ ସତର୍କ ରହିବା ପାଇଁ।
ପ୍ରକାଶ ଥାଉ କି ଗତ କିଛି ଦିନ ତଳେ ଖରମୁଣ୍ଡା ସାପ୍ତାହିକ ବଜାରରେ ଏମିତି ଦୁଇଜଣ ଆନ୍ଧ୍ର ଯୁବକ ପକେଟ୍‍ ମାର୍ ଓ ମୋବାଇଲ ଚୋରି କରି ଧରା ପଡିଛନ୍ତି। ଠିକ୍ ସେହିପରି ଗତ ସୋମବାର ଦିନ ବିଳମ୍ବିତ ରାତିରେ ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ପୋଡବାଡ଼ି ଛକ ସ୍ଥିତ ଶ୍ରୀରାମ ମନ୍ଦିରରୁ ପାଞ୍ଚ ଧାତୁ ରେ ନିର୍ମିତ ୪ ଟି ମୂର୍ତ୍ତି,ଦାନବାକ୍ସ ଓ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ମନ୍ଦିର ପରିଚାଳନା କମିଟିର ଏମ୍ ମଧୁସୂଦନ ଫାଣ୍ଡି ଅଧିକାରୀ ବିପିନ ବାଗ ଙ୍କୁ ଲିଖିତ ଅଭିଯୋଗ ଦେବାପରେ ଶ୍ରୀ ବାଗ ଏହାର ତଦନ୍ତ ଜାରି ରଖିଛନ୍ତି। ତେବେ ଏହି ଦଳରେ ଆଉ କେଉଁ ମାନେ ଲିପ୍ତ ରହିଛନ୍ତି ଓ କେଉଁ କେଉଁ ଅଞ୍ଚଳରେ କାୟା ବିସ୍ତାର କରୁଛନ୍ତି,ଏହି ମନ୍ଦିର ଚୋରି ଘଟଣାରେ ଏମାନଙ୍କ ହାତ ରହିଛି କି ନାହିଁ , ଅନ୍ୟ କେଉଁ ରାଜ୍ୟରୁ ପୁଣି ଡକାୟତ ଦଳ କାୟା ବିସ୍ତାର କରୁଛନ୍ତି ତାହାର ତଦନ୍ତ ଜାରି ରହିଛି।

 

- Advertisement -

 

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories