www.samajalive.in
Sunday, December 7, 2025
26.1 C
Bhubaneswar

କଲରାପତରିଆ ବାଘ ଛାଲ ଜବତ; ୭ ଗିରଫ

କଳାବାଡିଆ: ବନ ବିଭାଗକୁ ବଡ଼ ସଫଳତା । କଲରାପତରିଆ ବାଘ ଛାଲ ସହ ୭ଜଣଙ୍କୁ  ଗିରଫ କରିଛି ବିଭାଗ । ବାଘ ଛାଲ ମୁଲଚାଲ ବେଳେ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଦୁଧିଆଣୀ ବନ ବିଭାଗ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କାର ମଧ୍ୟ ଜବତ କରାଯାଇଛି । କରଞ୍ଜିଆ ବନଖଣ୍ଡ ଅଧୀନ ଦୁଧିଆଣୀ ବନାଞ୍ଚଳ ଯଶୀପୁର ପୁରୁଣା ବସଷ୍ଟାଣ୍ଡ ନିକଟରେ ଏପରି ଘଟଣା ଘଟିଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଉକ୍ତ ବସଷ୍ଟାଣ୍ଡରେ ଏକ କଲରାପତରିଆ ବାଘ ଛାଲ ମୁଲଚାଲ ହେବା ନେଇ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ବିଭାଗ ।

ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ମାନେ ସାଦା ପୋଷାକରେ ପହଂଚି ସେଠାରେ ଜିନିଷ କିଣାବାହାନାରେ ସେମାନଙ୍କ ସହ ମୁଲଚାଲ କରିଥିଲେ । ସେହିସମୟରେ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତଥିବା ୪ଜଣଙ୍କୁ ମାଡିବସିଥିଲେ । ସେମାନଙ୍କ ନିକଟରୁ ବାଘ ଛାଲ ସହିତ ଏକ କାର ଜବତ କରାଯାଇଛି । ଏନେଇ ଅଧିକ ତଦନ୍ତ ମଧ୍ୟ ଜାରି ରହିଛି । କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁରରୁ ଏହି ରାକେଟରେ ସମ୍ପୃକ୍ତ ଥିବା ପୁଣି ଦୁଇ ଜଣଙ୍କୁ ଗିରଫ କରାଯାଇଥିବା କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ ସୂଚନା ଦେଇଛନ୍ତି । ସେମାନଙ୍କ ଛଡା ଜଣେ ଖବରଦାତା ମଧ୍ୟ ଏହତି ଘଟଣାରେ ସମ୍ପୃକ୍ତି ଥିବା ଜଣାପଡିଛି । ଗିରଫଙ୍କ ମଧ୍ୟରୁ ଯଶୀପୁରରୁ ୪ଜଣ ଓ କେନ୍ଦୁଝର ଜିଲ୍ଲାରୁ ୩ ଜଣ ବୋଲି ସୂଚନା ଦିଆଯାଇଛି ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories