www.samajalive.in
Saturday, December 6, 2025
23.1 C
Bhubaneswar

ଅତାବିରାରେ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମର ଶିଳାନ୍ୟାସ

ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନ୍ ଏ ସି ସ୍ଥିତ ଦୁର୍ଗା ମନ୍ଦିର ପଛପଟେ ତଥା ଶିବ ମନ୍ଦିର ପାଖରେ ସରକାରଙ୍କ ୬କୋଟି ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବ ଏକ ଇଣ୍ଡୋର ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ। ଅଞ୍ଚଳରେ ଖେଳ।ଳିମାନଙ୍କ ପାଇଁ ଖେଳ ଅଭ୍ୟାସ କରିବା ପାଇଁ ଆଜି ଯାଏ କୌଣସି ସୁବିଧା ନଥିଲା। ଏହି ମାଟିର ଖେଳାଳି ମାନେ ସର୍ବ ଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି ।
କିନ୍ତୁ ଖେଳ ଅଭ୍ୟାସ ପାଇଁ,ବ୍ୟାୟାମ ପାଇଁ,କିମ୍ବା କୌଣସି ପ୍ରକାର ମ୍ୟାଚ୍ ର ଆୟୋଜନ ପାଇଁ ସୁବିଧା ସୁଯୋଗ ମିଳୁ ନଥିଲା।ତେଣୁ ନିର୍ମାଣ ହେବାକୁ ଥିବା ଏହି ଷ୍ଟାଡିୟମ୍ ର ଶିଳାନ୍ୟାସ ପଡ଼ିବା ଫଳରେ କ୍ରୀଡ଼ାପ୍ରେମୀ ମାନଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ସୃଷ୍ଟି ହୋଇଛି। ଏହି ଶିଳାନ୍ୟାସ ସମୟରେ ଆର୍ ଏମ୍ ସି ଉପସଭାପତି ସୁଦାମ ଜାଲ,ବ୍ଲକ ଅଧ୍ୟକ୍ଷା ରିତା ସାହୁ,ଏନ୍ ଏ ସି ଅଧ୍ୟକ୍ଷା ଦୀପାଞ୍ଜଳୀ୍ ଭୋରାସାଗର,ରାଜ୍ୟ ବିଜେଡି ଉପ ସଭାନେତ୍ରୀ ସୁଜାତା ପଣ୍ଡା,ଡି ଏସ ଓ ତୁଷାର ମିଶ୍ର,ତହସିଲଦାର ସୌଭାଗ୍ୟ ବେହେରା,ଥାନା ଇନଚାର୍ଜ ସୁଷମା ପଶାୟତ, କାଉନସିଲର ରଘୁ ବାରିକ୍,ବନମାଳୀ ବରିହା,ମନୋଜ ପ୍ରଧାନ,ଗଣେଶ ସାହୁ,ଏନ୍ ଏ ସି ସଭାପତି ଟଙ୍କ ଦାଶ,ଯୁବ ବିଜେଡ଼ି ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories