www.samajalive.in
Saturday, December 6, 2025
26.1 C
Bhubaneswar

ଅତାବିରା ଓକିଲ ସଂଘର ମହାମାରୀର ଦମନ ପାଇଁ ସର୍ଵ ଦଳୀୟ ବୈଠକ ଅନୁଷ୍ଠିତ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ଅଗ୍ରସେନ ଭବନ ଠାରେ ଆଜି ଅତାବିରା ଓକିଲ ସଂଘର ଆହ୍ୱାନ କ୍ରମେ ମହାମାରୀ ର ଦମନ ପାଇଁ ସର୍ଵ ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।କରୋନା ମହାମାରୀ ର ଭୟଙ୍କର ସ୍ଥିତି ତଥା ମୃତ୍ୟୁ ସଂଖ୍ୟା ବୃଦ୍ଧି କୁ  ଦୃଷ୍ଟିରେ ରଖି କିପରି ଭାବେ ଲୋକେ ସଜାଗ ରହି କରୋନା ମହାମାରୀ ର ସାମ୍ନା କରି ମୃତ୍ୟୁ ମୁଖରୁ ବର୍ତ୍ତି ପାରିବେ ସେ ନେଇ ଓକିଲ ସଂଘର ସଭାପତି ଉନ୍ନି ନାୟାର ଙ୍କ ଅଧ୍ୟକ୍ଷତା ରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।ଏଥିରେ  ଅତାବିରା ରେ  ଆଇସୋଲେସନ କେନ୍ଦ୍ର ଖୋଲି ଏହି କେନ୍ଦ୍ରରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରସ୍ତାବ ଆଗତ କରଯାଇଥିଲା।
ଏହା ବ୍ୟତୀତ ସଭା ରେ ଆସିଥିବା ବିଭିନ୍ନ ସଂଘ,ଦଳ,କ୍ଲବ ତଥା ଅନୁଷ୍ଠାନ ମାନଙ୍କ ର ମତାମତ ନିଆଯାଇ ଆଗାମୀ ଦିନରେ ଯେମିତି ମହାମାରୀ ରେ ଗୋଟିଏ ବି ମୁଲ୍ୟବାନ ଜୀବନ ନଷ୍ଟ ନହେବ ସେ ବିଷୟରେ ବିଷଦ ଆଲୋଚନା ହୋଇଥିଲା। ସମସ୍ତେ ମିଶି କରୋନା ମହାମାରୀ ର ମୁକାବିଲା କରିବା ପାଇଁ ଅଣ୍ଟା ଭିଡି ଠିଆ ହେବାର ସମୟ ଆସିଛି। ତେଣୁ ପ୍ରତ୍ୟେକ ଦଳ ତଥା ସଂଘ  ଏହି ମହାମାରୀ ର ମୁକାବିଲା କରିବା ପାଇଁ ନିଜ ନିଜର ଯୋଜନା ପ୍ରସ୍ତୁତ କରି ଆସନ୍ତା  ବୁଧବାର ଦିନ ଜଣାଇବା ପାଇଁ ସମୟ ନିର୍ଦ୍ଧାରିତ  କରାଯାଇଛି।
ପ୍ରତ୍ୟେକ  ସଂଘ  ତାର କର୍ମୀମାନଙ୍କ  ସହ ଆଲୋଚନା କରି କିଭଳି କୋଭିଡ ମହାମାରୀ କୁ ରୋକା ଯାଇପାରିବ  ଓ ସେ ଦିଗରେ  ସେମାନଙ୍କର କି ସହଯୋଗ ରହିବ ତାହା ଜଣାଇବେ। ତଦନୁଯାୟୀ ଆଗକୁ ବିହିତ ବ୍ୟବସ୍ଥା କରାଯାଇପାରିବ ବୋଲି ସମସ୍ତେ ହୃଦୟଙ୍ଗମ କରି ସର୍ବ ସମ୍ମତି କ୍ରମେ ଏହି ପ୍ରସ୍ତାବକୁ ସ୍ଵୀକୃତି ଦେଇଥିଲେ । ଏହି  ବୈଠକ ରେ ଓକିଲ ସଂଘର ସଂପାଦକ ଅରବିନ୍ଦ ସୁଶାରୀ,ବଣିକ ସଂଘର ସଭାପତି ବୃନ୍ଦାବନ ମିଶ୍ର,ଅରବିନ୍ଦ ପାତ୍ର, କଂଗ୍ରେସ ଏନଏସି ସଭାପତି ଅବିନାଶ ପ୍ରଧାନ,ରାମଚଣ୍ଡୀ ମନ୍ଦିର ପରିଚାଳନା ସଭାପତି ଦିବାକର ପ୍ରଧାନ,ଅତାବିରା ଏନଏସି ସାଂସଦ ପ୍ରତିନିଧି ସଂଜୀବ ପରିଜା,ଆମ ସହର ଦାୟିତ୍ୱ ଆମର ସଂଘ ର ଅରୁଣ ବାରିକ,କୋଶଳ ଆନ୍ଦ୍ର ଏସୋସିଏସନ ର ସଂପାଦକ ଏମ୍ ସୁବ୍ରମନ୍ୟମ୍ ଦୋରା,ଡ୍ରଗିଷ୍ଟ ଏଣ୍ଡ କେମିଷ୍ଟ ଏସୋସିଏସନ୍ ର ଜଗନ୍ନାଥ ପ୍ରଧାନ,ମାରବାଡି ଯୁବା ମଞ୍ଚ ର ଉମେଶ ଅଗ୍ରୱାଲ,ମୁକେଶ ଅଗ୍ରୱାଲ,ଦୀପକ ରଏ,ବିରେନ୍ଦ୍ର କର,ସୁରେନ୍ଦ୍ର ସ୍ୱାଇଁ,ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ନିହାର ମହାନନ୍ଦ,ସମାଜ ସେବୀ ନରସିଂହ ମୂର୍ତ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ ଓକିଲ ସଂଘ ର ଉପ ସଭାପତି ବିରେନ୍ଦ୍ର ବାଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories