www.samajalive.in
Saturday, December 13, 2025
21.1 C
Bhubaneswar

ବିଧାୟକ ଅନୁଦାନକୁ ଅପେକ୍ଷା, ୧୦ ବର୍ଷ ହେଲା ଅସମ୍ପୂର୍ଣ ଓ ଅପନ୍ତରା ହୋଇ ପଡିଛି ପୁରୁଣାବସ୍ତି କଲ୍ୟାଣ ମଣ୍ଡପ

ରେଙ୍ଗାଲି: ସରକାର ଜନସାଧାରଣଙ୍କ ସାମୁହିକ ତଥା ସାମାଜିକ କାର୍ଯ୍ୟକ୍ରମରେ ବ୍ୟବହାର ପାଇଁ ପ୍ରତ୍ୟକ ଗ୍ରାମପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ସକାଶେ ଅଗ୍ରାଧିକାର ଦେଉଛନ୍ତି। କିନ୍ତୁ ଅତି ପରିତାପ ତଥା ଦୁର୍ଭାଗ୍ୟର ବିଷୟ ଯେ ରେଙ୍ଗାଲି ବ୍ଳକ୍‍ ସଦର ମହକୁମାର ରେଙ୍ଗାଲି ପୁରଣାବସ୍ତି ଠାରେ ଗତ ୧୦ ବର୍ଷ ହେଲା ଏକ କଲ୍ୟାଣ ମଣ୍ଡପ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡି ରହି ଦିନକୁ ଦିନ ଅପନ୍ତରା ହେବାକୁ ବସିଲାଣି। ୨୦୦୯ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ରେଙ୍ଗାଲି ନିର୍ବାଚନ ମଣ୍ଡଲିର ବିଧାୟକ ଥିବା ଦୁର୍ଯ୍ୟୋଧନ ଗର୍ଡିଆ ବିଧାୟକ ପାଣ୍ଠିରୁ ଏହି କଲ୍ୟାଣ ମଣ୍ଡପ ନିର୍ମାଣ କାମ ଆରମ୍ଭ ହୋଇଥିଲା।

କାମ ସମ୍ପୂର୍ଣ ହେବାକୁ ଆହୁରି ଟଙ୍କା ଆବଶ୍ୟକ ଥିବା ବେଳେ ପରବର୍ତ୍ତି ସମୟରେ ଏଥିପାଇଁ ଅନୁଦାନ ନମିଳିବାରୁ କଲ୍ୟାଣ ମଣ୍ଡପ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି। ଶୌଚାଳୟ, ଗାଧୁଆ ଘର, ବିଦ୍ୟୁତିକରଣ, କାନ୍ଥ ପ୍ଳାଷ୍ଟର କାମ ବାକି ଥିବା ବେଳେ ଖାମଖିଆଲି ଭାବରେ ଉପରେ ଛାତ ପକା ଯାଇଥିବା ଯୋଗୁଁ ଛାତ ଉପରେ ବର୍ଷା ହେଲେ ପୋଖରୀ ଭଳି ପାଣି ଜମା ହୋଇ ରହୁଥିବାରୁ ଏହାର ଟପ୍‍ ଫ୍ଲୋରିଂ କରାଯିବା ଜରୁରୀ ହୋଇପଡିଛି। ଦୀର୍ଘ ବର୍ଷ ହେଲା ଅସମ୍ପୂର୍ଣ ଏବଂ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା କଲ୍ୟାଣ ମଣ୍ଡପକୁ ସମ୍ପୂର୍ଣ କରିବା ପାଇଁ ଅନୁଦାନ ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।ନିର୍ମାଣ କାମ ସମ୍ପୂର୍ଣ ହେବାକୁ ବିଧାୟକ ପାଣ୍ଠିର ଅନୁଦାନ ଅପେକ୍ଷାରେ ଥିବା ରେଙ୍ଗାଲି ପୁରୂଣାବସ୍ତି କଲ୍ୟାଣ ମଣ୍ଡପର କାମ ଆଉ କେତେ ବର୍ଷ ପରେ ସମ୍ପୂର୍ଣ ହୋଇ କାର୍ଯ୍ୟକ୍ଷମ ହେବ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି। ରେଙ୍ଗାଲି ବିଧାୟକ ନାଉରି ନାଏକ ଏଦିଗରେ ଦୃଷ୍ଟି ଦେଇ ଅନୁଦାନ ବ୍ୟବସ୍ଥା କରିବାକୁ ଦାବୀ ହେଉଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories