ମେଗା ଚାରାରୋପଣ କାର୍ଯ୍ୟକ୍ରମ ଉଦଯାପିତ 

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲଇଡ଼ା  ସ୍ଥିତ ଦୁତିକା ସାହୁ ମହାବିଦ୍ୟାଳୟରେ ସପ୍ତାହବ୍ୟାପୀ ଚାଲିଥିବା ମେଗା ଚାରାରୋପଣ  କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଉଛି। କାର୍ଯ୍ୟକ୍ରମକୁ ଏନଏସଏସ ଆଞ୍ଚଳିକ ନିର୍ଦେଶକ ସରିତା ପଟେଲ  ଉଦଘାଟନ କରିଥିଲେ। ସାତ ଦିନ ଧରି  ଏନଏସଏସ ସ୍ବେଛାସେବୀ ମାନେ ଚାରାରୋପଣ ଶୋଭାଯାତ୍ରା, ସଭା ଆଦି କାର୍ଯ୍ୟକ୍ରମ କରିଥିଲେ। ପ୍ରକୃତିକୁ କିପରି ପ୍ରଦୂଷଣ ବିଷ ବଳୟରୁ ରକ୍ଷା କରାଯାଇପାରିବ , ସବୁଜ ବଳୟର ଉପକାରିତା ଆଦି ବିଷୟରେ  ଲୋକଙ୍କୁ ସଚେତନ କରିଥିଲେ। ଆଜି ଉଦଯାପନୀ  ଦିବସରେ ମହାବିଦ୍ୟାଳୟ  ଅଧକ୍ଷ ଡ଼କ୍ଟର ବସନ୍ତ କୁମାର ନାଏକ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ବୃକ୍ଷ ରୋପଣ କାର୍ଯ୍ୟକ୍ରମର ମହତ୍ୱ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ  ଯୁକ୍ତ ତିନି ଏନଏସଏସ ପିଓ ଅଧ୍ୟାପକ ବିଶ୍ୱ ନାଥ ପଟେଲଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା ଏବଂ  ଯୁକ୍ତ ଦୁଇ ଏନଏସଏସ ପିଓ ଅଧ୍ୟାପକ କୈଳାଶ ବେହେରା ସହଯୋଗ କରିଥିଲେ।

ଏନଏସଏସ ସ୍ବେଛାସେବୀ ଆଶିଷ କୁମାର ନାଏକ, ଜ୍ୟୋତିରାଦିତ୍ୟ ସାହୁ, ସଚୀ ମହାନନ୍ଦ, ନିରନ୍ କଲେତ, ଡଲି  ବାମଡ଼ିଆ, ଯମୁନା ମରେଇ,  ମେଘା ବାମଡ଼ିଆ, ପାୟାଲ, ପୃଷ୍ଟି,  ଦୁର୍ଯ୍ୟୋଧନ ରୋହିଦାସ, ରଞ୍ଜନ ମୁଣ୍ଡା,  ସୁଦାଂଶୁ ଜେନା, ଯଶଶ୍ୱନୀ ମହାପାତ୍ର, ଡୋଳା ନେତ୍ରୀ ସୁନାନୀ  ପ୍ରମୁଖ ୬୦ଜଣ  ସ୍ବେଛାସେବୀ ସକ୍ରିୟ ଭାବେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ସାଫଲ୍ୟମଣ୍ଡିତ କରିଥିଲେ। ଅଧ୍ୟାପକ ଜିତେନ୍ଦ୍ର ପ୍ରସାଦ ସିଂହ,  କରୁଣା କର ନାଏକ,  ଅଲେଖ ଦିବେଦୀ, ଶ୍ରୀକାନ୍ତ ପଟେଲ,  ଜୟନାରୟଣ ସତପଥି,   ପ୍ରଶାନ୍ତ ପଟେଲ,  ଅଶୋକ ପ୍ରଧାନ,   ଆଶିଷ ପାଣିଗ୍ରାହୀ,  ମଧୁମିତା ମିଶ୍ର, ଡ଼କ୍ଟର ନିରୋଜ ନଳିନୀ ପ୍ରଧାନ, ରୀମା ପ୍ରଧାନ, ପ୍ରିୟlଞ୍ଜଳି   ମlଝି,  ଅଧ୍ୟାପିକା  ଶୁଭ୍ରା  ସ୍ଵାଗତିକା ପଣ୍ଡା, ଡ଼କ୍ଟର ନିବେଦିତା ନାଥ, ନମ୍ରତା ପ୍ରଧାନ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ରାଲି ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.