www.samajalive.in
Friday, December 12, 2025
16.1 C
Bhubaneswar

ଶୁଣିଲାନି ପଞ୍ଚାୟତ; ଗ୍ରାମବାସୀ କଲେ ପୋଖରୀ ସଫେଇ

ରେଙ୍ଗାଲି; ରେଙ୍ଗାଲି ବ୍ଳକ୍‌ ଲଇଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଙ୍ଗଟିକ୍ରା ଗ୍ରାମରେ ଥିବା ଶୀତଳ ବନ୍ଧ ନାମକ ପୋଖରୀରେ ଦୀର୍ଘ ବର୍ଷ ହେଲା ଅମରି ଗଛ, ଅନାବନା ଘାସ, ଲତା ଏବଂ ଦଳରେ ଆଚ୍ଛାଦିତ ହେବା ଫଳରେ ପୋଖରୀର ପାଣି ଦୂଷିତ ହୋଇ ପଡିଥିଲା । ପୋଖରୀ ସଫେଇ ପାଇଁ ଗ୍ରାମବାସୀ ଅନେକ ଥର ଗ୍ରାମ ପଞ୍ଚାୟତ କତ୍ତୃପକ୍ଷଙ୍କୁ ଏବଂ ଗାଁ କଲ୍ୟାଣ ସମିତିର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପୋଖରୀ ସଫେଇ ପ୍ରତି କେହି ଗୁରୁତ୍ୱ ଦେଇନଥିଲେ  । ଗ୍ରୀଷ୍ମ ଋତୁରେ ପୋଖରୀର ପାଣି କମି ଯାଇଥିବାରୁ  ପାଣି    ଅଧିକ ଦୂଷିତ ହୋଇ ଜନ ସାଧାରଣଙ୍କ ସ୍ନାନ ଶୌଚ ସକାଶେ ବ୍ୟବହାର ପାଇଁ ଦିନକୁ ଦିନ ସମସ୍ୟା ସୃଷ୍ଟି ହେବାରୁ  ଗ୍ରାମବାସୀ  ଅଣ୍ଟାଭିଡି ପୋଖରୀରେ ଆଚ୍ଛାଦିତ ହୋଇଥିବା ଅମରି ଗଛ, ଦଳ ଏବଂ ଅନାବନା ଘାସ ଲତା ସଫେଇ କରିଛନ୍ତି ।

ଅଧ୍ୟାପକ ବିଶ୍ୱନାଥ ପଟେଲ, ସନ୍ତୋଷ ମାଝି, ରାଜକୁମାର ପଟେଲ, କ୍ଷମାନିଧି କୁମୁରା, ସୁବୋଧ ଭୋଇ, କେଦାର ତଣ୍ଡିଆ, ମଙ୍ଗତାରି କାଲୋ, ସାନ୍ଦ ଭୋଇ, ମକରଧ୍ୱଜ ଭୋଇ, ହୃଦାନନ୍ଦ ଭୋଇ, ଲଲିତ ଧୁରୁଆ, ସଞ୍ଜୀବ ସେଠ, ପ୍ରଫୁଲ୍ଲ ନାଏକ, ସୌରଭ ଧୁରୁଆ, ରମେଶ ବନଛୋର  ପ୍ରମୁଖ ଗ୍ରାମର ବହୁ ସ୍ୱେଚ୍ଛାସେବୀ ପୋଖରୀ ସଫେଇ ଅଭିଯାନରେ ସାମିଲ ହୋଇଥିଲେ । ରାଜେନ୍ଦ୍ର ଅଗ୍ରଓ୍ୱାଲା ଏବଂ ଲଇଡା ଦୂତିକା ସାହୁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ମାନେ ସଫେଇ ଅଭିଯାନରେ ସହାୟତା କରିଥିଲେ । ଗ୍ରାମର ସ୍ୱେଚ୍ଛାସେବୀ ମାନଙ୍କ ଏହି କାର୍ଯ୍ୟ ଜନସାଧାରଣରେ ପ୍ରଶଂସିତ ହେଉଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories