www.samajalive.in
Sunday, December 7, 2025
14.1 C
Bhubaneswar

ଆର୍‌ଡି ରୋଡ୍‌ରୁ କଦମମାଲ ପ୍ରଧାନମନ୍ତ୍ରୀ ସଡକ ମରାମତି ପାଇଁ ଦାବି

ରେଙ୍ଗାଲି: ପ୍ରଧାନମନ୍ତ୍ରୀ ସଡକ ଯୋଜନା ଅଧୀନରେ ନିର୍ମିତ ରାସ୍ତା ନିର୍ମାଣ କାମ ସମ୍ପୂର୍ଣ୍ଣ ହେବା ପରେ ୫ ବର୍ଷ ପର୍ଯ୍ୟନ୍ତ ଉକ୍ତ ରାସ୍ତାର ମରାମତି ଏବଂ ରକ୍ଷଣା ବେକ୍ଷଣ ଆଦି କାମ ସଂପୃକ୍ତ ଠିକା ସଂସ୍ଥା ତୁଲାଇବାର ନିୟମ ରହିଛି। କିନ୍ତୁ ପରିତାପର ବିଷୟ ଯେ ଏହି ଯୋଜନାରେ ନିର୍ମିତ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍୍ର ଲଇଡା ଗ୍ରୀଡ୍ ସବ୍ ଷ୍ଟେସନ୍ ନିକଟସ୍ଥା ଆର୍‌ଡି ରାସ୍ତାରୁ କଦମମାଳ ରାସ୍ତା ନିର୍ମାଣ କାମ ୨୦୧୭ ମସିହା ରେ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ମରାମତି ହେଉନାହିଁ ବୋଲି ଲଇଡା ସ୍ଥିତ ମା ସମଲେଶ୍ୱରୀ କୃଷକ ସୁରକ୍ଷା ସଙ୍ଗଠନ ର ସଭାପତି ସଲିଲ ନାଏକ ଏବଂ ପୂର୍ବତନ ସଭାପତି ସରୋଜ ପୁଜାରୀ ଅଭିଯୋଗ କରିଛନ୍ତି। ମରାମତି ଏବଂ ରକ୍ଷଣାବେକ୍ଷଣ ହେଉନଥିବାରୁ ରାସ୍ତାର ଅଧିକାଂଶ ସ୍ଥାନ ରେ ଫାଟ ଦେଖାଦେଇଛି ଏବଂ ବିଭିନ୍ନ ସ୍ଥାନ ଦବି ଯାଇ ପିଚୁ ଉଠି ଯାଇଥିବା ର ଦେଖିବାକୁ ମିଳିଛି। ରାସ୍ତା ର ଉଭୟ ପାଶ୍ୱର୍ ରେ ଅନାବନା ଘାସ ବୁଦା ର ଅରମା ଜଙ୍ଗଳ ସୃଷ୍ଟି ହୋଇଥିବାରୁ ବୁଲାଣି ମାନଙ୍କରେ ସାମ୍ନା ପଟରୁ ଆସୁଥିବା ଯାନବାହାନ ଦୃଷ୍ଟି ଗୋଚର ହେଉନାହିଁ। ଫଳରେ ଦୁର୍ଘଟଣାର ଆଶଙ୍କା ଦେଖାଦେଉଛି।
ଏହି ରାସ୍ତା ଉପରେ ଆଖପାଖର ୬/୭ ଟି ପଞ୍ଚାୟତର ଲୋକେ ଯାତାୟାତ ପାଇଁ ନିର୍ଭର କରିଥାନ୍ତି। ୨.୪୮ କିଲୋମିଟର ପରିମିତ ଏହି ରାସ୍ତା ଲଇଡା ଗ୍ରୀଡ୍ ରୁ ଅର୍ଥାତ୍ ଲଇଡା ପଞ୍ଚାୟତରୁ କଦମମାଲ ଦେଇ ରେଙ୍ଗଲୋଇ ଗ୍ରାମପଞ୍ଚାୟତ ଅଞ୍ଚଳକୁ ସଂଯୋଗ କରୁଛି। ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେ ଏହି ରାସ୍ତା ନିର୍ମାଣ ପାଇଁ ୧୦୮.୯୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ତା.୨୦/୧୨/୨୦୧୬ ମସିହାରୁ କାମ ଆରମ୍ଭ ହୋଇ ତା.୧୯/୯/୨୦୧୭ ମସିହା ରେ ସମ୍ପୁର୍ଣ ହୋଇଥିଲା। ନିୟମ ଅନୁଯାୟୀ ତା.୨୦/୯/୨୦୧୭ ମସିହାରୁ ତା.୧୯/୯/୨୦୨୨ ପର୍ଯ୍ୟନ୍ତ ଠିକା ସଂସ୍ଥା ଏହି ରାସ୍ତାର ରକ୍ଷଣା ବେକ୍ଷଣ କରିବା କଥା । କିନ୍ତୁ ରକ୍ଷଣା ବେକ୍ଷଣ ହେଉନଥିବାରୁ ରାସ୍ତା ଦିନକୁ ଦିନ ଅପନ୍ତରା ହୋଇ ପଡୁଛି । ବର୍ଷକୁ ଥରେ ବର୍ଷା ପରେ ତୃଣ ଗୁଳ୍ମ ସଫା, ବର୍ଷା ରେ ଧୋଇ ହୋଇଥିବା ଅଂଶର ମରାମତି କରାଯିବ ବୋଲି ସୂଚନା ଫଳକ ରେ ଲେଖା ଅଛି। କିନ୍ତୁ କରାଯାଉ ନାହିଁ। ଏହା ବ୍ୟତୀତ ଯେତେବେଳେ ଅବଶ୍ୟକ ମୃତ୍ତିକା ବମ୍ ର ର ରକ୍ଷାଣାବେକ୍ଷକ୍ଷଣ ଏବଂ ରାସ୍ତା ଉପରେ ଥିବା ଗର୍ତ୍ତ ଓ ଫାଟ ର ମରାମତି କରିବା ଦରକାର। ବର୍ଷକୁ ଦୁଇ ଥର ପଥପ୍ରାନ୍ତ ନର୍ଦ୍ଦମାର ମରାମତି, ନାଳ, ପୋଳ ଓ ସେତୁର ରକ୍ଷଣାବେକ୍ଷଣ ଆବଶ୍ୟକ। ଯେତେ ବେଳେ ଦରକାର ରୋଡ୍ ଫର୍ନିଚର୍‌ର ରକ୍ଷଣାବେକ୍ଷଣ କରିବା ଏବଂ ବର୍ଷକୁ ଥରେ ଉଭୟ ପାର୍ଶ୍ବର ବାଡା ଏବଂ ପୋଲର ରକ୍ଷଣାବେକ୍ଷଣ କରାଯିବ ବୋଲି ସୂଚନା ଫଳକରେ ଲେଖା ଅଛି। କିନ୍ତୁ କ୍ଷୋଭର ବିଷୟ ଯେ ଏସବୁ କେବଳ ସାଇନ୍ ବୋର୍ଡ ରେ ହିଁ ଶୀମିତ ହୋଇ ରହିଯାଇଛି ବୋଲି କୃଷକ ସଙ୍ଗଠନ ର କର୍ମକର୍ତ୍ତା ଶ୍ରୀ ନାଏକ ଏବଂ ଶ୍ରୀ ପୁଜାରୀ ଅଭିଯୋଗ କରି ବିଭାଗୀୟ କର୍ତ୍ତୃପକ୍ଷ ଏତିପ୍ରତି ଦୃଷ୍ଟି ଦେଇ ରାସ୍ତା ମରାମତି ତଥା ରକ୍ଷଣାବେକ୍ଷଣ କରାଯିବା ଦିଗ ରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories