www.samajalive.in
Monday, December 8, 2025
24.1 C
Bhubaneswar

ଧରାପଡିଲେ ଆନ୍ତଃ ରାଜ୍ୟ ସୁନା ସଫେଇ ଗ୍ୟାଙ୍ଗ୍; ୪ ଅଭିଯୁକ୍ତ କୋର୍ଟ ଚାଲାଣ

ରେଙ୍ଗାଲି: ସୁନା ଅଳଙ୍କାର ସଫେଇ ଆଳ ରେ ସୁନା ଧରି ଚମ୍ପଟ ମାରି ଥିବା ୪ଜଣିଆଁ ଆନ୍ତଃରାଜ୍ୟ ସୁନା ଠକେଇ ଗ୍ୟାଙ୍ଗ୍ କୁ ଧରିବା ରେ ପୁଳିସ ସଫଳ ହୋଇଛି। ଅଭିଯୁକ୍ତ ମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଳାଣ କରାଯାଇଛି। ଏହି ୪ଜଣ ବିହାର ବାସିନ୍ଦା ବୋଲି ଜଣାପଡିଛି। ସେମାନେ ହେଲେ ସରସା ଜିଲା ସୋରବଜାର ଥାନା ବରଜରାହ ଗ୍ରାମର ଇନ୍ଦର୍ କୁମାର ସାହ(୨୯) ପୁଣିଆ ଜିଲ୍ଲା ଦଗୱା ଥାନା କନାଡିହାର ସୁରଜ କୁମାର ସାହ(୨୫)କଟିହାର ଜିଲା ଫଲକା ଥାନା ଅନ୍ତର୍ଗତ ମୁର୍ଶୁନ୍ଦାର ରୋଶନ କୁମାର ସାହ(୨୬) ଏବଂ ଭାଗଲପୁର ଜିଲା ଗୋପାଲପୁର ଥାନା ଅନ୍ତର୍ଗତ ପଛଗଛିଆ ଗ୍ରାମର ନବୀନ କୁମାର ସାହ(୪୫)। ଏହି ଗ୍ୟାଙ୍ଗ୍ ସମ୍ବଲପୁର, ଝାରସୁଗୁଡା ଏବଂ ଝାଡଖଣ୍ଡର ବିଭିନ୍ନ ଅଞ୍ଚଳରେ ସୁନା ସଫେଇ ଆଲରେ ସୁନା ଧରି ଫେରାର୍ ମାରିଥିବା କଥା ପୁଳିସ ଜେରା ସମୟରେ ସ୍ୱୀକାର କରିଛନ୍ତି। ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣ ଗତ ଡିସେମ୍ବର ମାସ ୮ତାରିଖ ଦିନ ରେଙ୍ଗାଲି ମାଉଲିନଗରର ସ୍ୱରୂପ ସାହୁ ଘରେ ଅନୁପସ୍ଥିତ ଥିବାର ସୁଯୋଗ ନେଇ ଦିନ ପ୍ରାୟ ୧୧ଟା୪୫ ସମୟରେ ଦୁଇ ଜଣ ଅଜଣା ବ୍ୟକ୍ତି ତାଙ୍କ ଘରକୁ ପଶି ସ୍ୱରୂପଙ୍କ ଧର୍ମପତ୍ନୀଙ୍କୁ ମନଲୋଭା କଥାରେ ପ୍ରଭାବିତ କରି ସୁନା ଅଳଙ୍କାର ସଫେଇ କରିବା ପାଇଁ ରାଜି କରାଇଥିଲେ। ଅଜଣା ବ୍ୟକ୍ତିଙ୍କ କଥାରେ ପ୍ରଭାବିତ ହୋଇ ସ୍ୱରୁପଙ୍କ ପତ୍ନୀ ଏକ ସୁନା ଚେନ୍ ସଫା କରିବାକୁ ଦେଇଥିଲେ। ସଫେଇ କରିବାର ଆଳରେ ସୁନା ଚେନକୁ ରାସାୟନିକ ଦ୍ରବଣ ମିଶ୍ରିତ ପାଣିରେ ପକାଇ କୌଶଳ କ୍ରମେ ସେଥିରୁ ସୁନା ଚେନକୁ ନେଇ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ସେଠାରୁ ଚମ୍ପଟ ମାରିଥିଲେ। କିଛି ସମୟ ପରେ ଉକ୍ତ ରାସାୟନିକ ଦ୍ରବଣ ମିଶ୍ରିତ ପାଣିରେ ସୁନା ଚେନ୍ ନଥିବାର ଦେଖି ସ୍ୱରୂପଙ୍କ ପତ୍ନୀ ହତବାକ୍ ହୋଇ ପଡିଥିଲେ। ସ୍ୱରୂପ ଘରକୁ ଆସିଲା ପରେ ପତ୍ତନୀଙ୍କ ଠାରୁ ସୁନା ଚେନ୍ ଠକେଇ ସଂକ୍ରାନ୍ତରେ ଜାଣିଲା ପରେ ରେଙ୍ଗାଲି ଥାନାରେ ଏତଲା ଦେଇଥିଲେ।

 

- Advertisement -

ଏହାପରେ ସମ୍ବଲପୁର ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ଗଠିତ ଦୁଇଟି ସ୍ୱତନ୍ତ୍ର ସ୍କୁଆର୍ଡ ସାଇବର୍ ସେଲ୍‌ର ଦକ୍ଷ ବୈଷୟିକ ବିଶେଷଜ୍ଞଙ୍କ ସହାୟତାରେ ଦୀର୍ଘ ଦୁଇ ମାସ ତନାଘନା କରି ଶେଷରେ ଅଭିଯୁକ୍ତଙ୍କ ଧରିବାରେ ପୁଲିସ ସଫଳ ହୋଇଛି। ଏହି ସୁନା ସଫେଇ ଗ୍ୟାଙ୍ଗଙ୍କ ବିରୋଧରେ ରେଙ୍ଗାଲି ଥାନାରେ କେସଂ ନଂ ୨୧୩/୨୦୨୧ ଦଫା ୪୨୦/୩୪ ଆଇପିସିରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ରେଢାଖୋଲ ଥାନାରେ କେସ୍ ନଂ ୨୩୧/୨୦୨୧ଏବଂ ମହୁଲାପାଲି ଥାନା ରେ କେସ୍ ନଂ ୧୬୨ ରେ ମଧ୍ୟ ଅନୁରୂପ ଭାବରେ ମାମାଲ ଋଜ୍ଜୁ ହୋଇ ତଦନ୍ତ ଜାରି ରହିଥିଲା। ସୁନା ଠାକେଇ ଗ୍ୟାଙ୍ଗ ଠାରୁ ୭.୩୬୦ ଗ୍ରାମ୍ ସୁନା ନେକ୍ଲେସ, ୨.୩୯୦ ଗ୍ରାମ ଓଜନର ସୁନା ଚେନ୍, ୨,୨୨୧୍ରାମ ଓଜନର ମୁଦି, ୩.୩୦ମ ଗ୍ରାମ ଓଜନର ସୁନା ଚେନ୍, ୭.୪୧୦ ଗ୍ରାମ ର ସୁନା ଚେନ୍, ୨.୪୪୦ ଛୋଟ ସୁନା ରିଙ୍ଗ୍, ୧.୯୦୦ ଗ୍ରାମର ସୁନା ଟପ୍, ୦.୬୬୦ ଗ୍ରାମର ନଥ, ୧.୬୫୦ ଗ୍ରାମର ସୁନା ଲକେଟ୍ ସହିତ ସୁନା ଅଳଙ୍କାର ସଫେଇରେ ବ୍ୟବହୃତ ହେଉଥିବା ସାମଗ୍ରୀ, ଉଜାଲାର ପରିଚୟ ପତ୍ର, ସୁନା ସଫେଇ ବ୍ରସ୍ ଏବଂ ୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଏମାନେ ବ୍ୟବହାର କରୁଥିବା ଦୁଇଟି ବାଇକ୍ ମଧ୍ୟ ଜବତ କରାଯାଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories