Patra electronics

୪୦ ବର୍ଷରେ ଦୁର୍ଗା ପୂଜା ; ରେଙ୍ଗାଲି ବସ୍ ଷ୍ଟାଣ୍ଡରେ ‘ରାଜ ମହଲ’

ରେଙ୍ଗାଲି :  ରେଙ୍ଗାଲି ବସ୍ ଷ୍ଟାଣ୍ଡରେ ଅନୁଷ୍ଠିତ ହେଉଥିବା ଶାରଦୀୟ ଦୁର୍ଗା ପୂଜାର ଚଳିତ ବର୍ଷ ୪୦ ବର୍ଷ ପୂର୍ତ୍ତି। ୧୯୮୨ ମସିହାରେ କିଶୋର କୁମାର ସାହୁ, ଲକ୍ଷ୍ନୀନାରାୟଣ ସାହୁ, ଅଶୋକ ଗୁରୁ, ଲଲାଟେନ୍ଦୁ ଜେନା, ସତ୍ୟ ନାରାୟଣ ସାହୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ରେଙ୍ଗାଲି ବସ୍ ଷ୍ଟାଣ୍ଡରେ ଦୁର୍ଗା ପୂଜା ଆରମ୍ଭ ହୋଇଥିଲା। ଆସନ୍ତ ୧୫ ତାରିଖରୁ ନବରାତ୍ର ପୂଜା ଆରମ୍ଭ ହୋଇ ୨୦ ତାରିଖ ଷଷ୍ଠୀ ତିଥିରେ ଜଗତ୍ ଜନନୀ ମା ଦୁର୍ଗାଙ୍କ ପୂଜା ଅର୍ଚ୍ଚନା ହେବ। ରାଜ ମହଲ ଢାଞ୍ଚାରେ ମୁଖ୍ୟ ତୋରଣ ଓ ପୂଜା ମଣ୍ଡପ ମୂଖ୍ୟ ଆକର୍ଷଣ ହେବ ବୋଲି ପୂଜା କମିଟି ପକ୍ଷରୁ ଆଶା ପ୍ରକାଶ କରାଯାଉଛି। ଏହାବ୍ୟତୀତ ଚଳିତ ବର୍ଷ ବିଶେଷ ଆକର୍ଷଣ ହେବ ମିନିଷ୍ଟାଡିୟମରେ ରାବଣ ପୋଡି ଏବଂ ପାଇକମାଲର ଗୁରୁ ଗୋପବନ୍ଧୁ ସାହୁଙ୍କ ଦଳ ଦ୍ୱାରା ପରିବେଷଣ ହେବାକୁ ଥିବା ରାମଲୀଲା । ରେଙ୍ଗାଲି ମହାବୀର ଛକରେ ରାବଣ ଦରବାର ଅନୁଷ୍ଠିତ ହେବ। ୨୧ ତାରିଖ ରୁ ୨୪ ତାରିଖ ପର୍ଯ୍ୟନ୍ତ ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ହେବାକୁ ଥିବା ରାମଲୀଲା ଏବଂ ରାବଣରାଜ ଦେଖିବାକୁ ମିଳିବ। ରାବଣ ପୋଡି ଦେଖିବାକୁ ପ୍ରତିବର୍ଷ ପ୍ରବଳ ଜନସମାଗମ ହେଉଥିବାରୁ ଏହା ଯେପରି ସୁରୁଖୁରୁରେ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହେବ ସେଥିପାଇଁ ପୁଲିସ ବିଭାଗ ସହିତ ଏନସିସି ଛାତ୍ର ଛାତ୍ରୀ ଏବଂ ସ୍ଥାନିୟ ସ୍ୱେଚ୍ଛାସେବୀ ମାନେ ନିୟୋଜିତ ରହିବେ ବୋଲି ପୂଜା କମିଟି ସୂତ୍ରରୁ ଜଣା ପଡିଛି। ଚଳିତ ବର୍ଷ ଦୁର୍ଗାପୂଜାକୁ ଆହୁରି ଅଧିକ ଆକର୍ଷଣୀୟ ଏବଂ ଲୋକାଭିମୁଖୀ କରାଯିବ ବୋଲି ପୁଜା କମିଟିର କର୍ମକର୍ତ୍ତା ମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସନ୍ତୋଷ ବର୍ମା ଚଳିତ ବର୍ଷ ଦୁର୍ଗା ପୂଜା କମିଟିର ସଭାପତି ମନୋନୀତ ହୋଇଥିବା ବେଳେ ମନିଷ ସିଂହ ଉପ-ସଭାପତି, ତାରାକାନ୍ତ ପଟ୍ଟନାୟକ ସମ୍ପାଦକ ଓ ଚନ୍ଦନ ମାହାଣା କୋଷାଧ୍ୟକ୍ଷ ରୂପେ ମନୋନୀତ ହୋଇଛନ୍ତି।

Comments are closed.