ମଦ ପରେ ବିହାରରେ ପାନ ମସଲା ଉପରେ ପ୍ରତିବନ୍ଧକ ଲଗାଇଲେ ନିତିଶ ସରକାର

ପାଟନା : ବିହାରରେ ନିତିଶ କୁମାରଙ୍କ ସରକାର ମଦ ପରେ ଏବେ ଗୁଟଖା, ପାନ ମସଲା ଉପରେ ପ୍ରତିବନ୍ଧକ ଲଗାଇଛି। ମାଗ୍ନେସିୟମ କାର୍ବୋନେଟ ଯୁଦ୍ଧ ପାନ ମସଲା ଉତ୍ପାଦନ, ଗଚ୍ଛିତ ରଖିବା, ବିତରଣ, ପରିବହନ ଏବଂ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ତେବେ ଏହି ପ୍ରତିବନ୍ଧକ ଏବେ ବର୍ଷେ ପାଇଁ ଲାଗିଛି। ଏବେ ବିହାରରେ ମଦ ପ୍ରସ୍ତୁତ କରିବା, ବିକ୍ରି ଓ ପିଇବା ଉପରେ ପ୍ରତିବନ୍ଧକ ରହିଛି।

prayash

ସୂଚନା ଅନୁଯାୟୀ ବିହାର ବିଭିନ୍ନ ଜିଲାରୁ ଚଳିତ ବର୍ଷ ଜୁନରୁ ଅଗଷ୍ଟ ମଧ୍ୟରେ ୨୦ଟି ନାମୀଦାମୀ ପାନ ମସଲା କମ୍ପାନୀର ନମୁନା ଜବତ କରାଯାଇଥିଲା। ଯାଞ୍ଚରୁ ଏହି ପାନ ମସଲାରେ ମାଗ୍ନେସିୟମ କାର୍ବୋନେଟ ମାତ୍ରା ଅଧିକ ଥିବା ଜାଣିବାକୁ ମିଳିଥିଲା। ଫଳରେ ନିତିଶ କୁମାରଙ୍କ ସରକାର ଗୁଟଖା ଓ ପାନ ମସଲା ଉତ୍ପାଦନ, ବିକ୍ରି ଏବଂ ବିତରଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ମାଗ୍ନେସିୟମ କାର୍ବୋନେଟ ପ୍ରୟୋଗ ଖାଦ୍ୟ ସୁରକ୍ଷା ଏବଂ ନିରାପତ୍ତା ନିୟନ୍ତ୍ରଣ ୨୦୧୧ର ଉଲ୍ଲଙ୍ଘନ କରୁଛି। ମାଗ୍ନେସିୟମ କାର୍ବୋନେଟର ବାରମ୍ବାର ସେବନ ଦ୍ୱାରା ହୃଦ୍‍ଘାତ ଏବଂ ଆକ୍ୟୁଟ ହାଇପର ମାଗ୍ନେସିୟା ଭଳି ରୋଗ ହୋଇଥାଏ।

kalyan agarbati

Comments are closed.