www.samajalive.in
Friday, December 12, 2025
27.1 C
Bhubaneswar

ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରୁହ- ଏମ୍ସ ମୁଖ୍ୟ

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ପ୍ରକରଣରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ମୁଖ୍ୟ ଡା. ରଣଦୀପ ଗୁଲେରିଆ ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି । ସେ କହିଛନ୍ତି ଯେ କୋଭିଡ ମହାମାରୀ ସଂକ୍ରମଣ ଜନିତ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ସମସ୍ତେ ପ୍ରସ୍ତୁତ ରହିବାକୁ ହେବ । ସୂଚନାଯୋଗ୍ୟ ଯେ ରବିବାର ସୁଦ୍ଧା ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୫୩କୁ ବୃଦ୍ଧିପାଇଛି । ମହାରାଷ୍ଟ୍ରରେ ଆଉ ୬ ଓ ଗୁଜରାଟରେ ଆଉ ୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏମ୍ସ ନିର୍ଦ୍ଦେଶକ ଡା.ଗୁଲେରିଆ କହିଛନ୍ତି ଯେ ଭାରତରେ ପରିସ୍ଥିତି ବ୍ରିଟେନ ଭଳି ଖରାପ ହେବା ଆଶଙ୍କା ନାହିଁ । ତେବେ ଏ ସମ୍ପର୍କରେ ଅଧିକ ତଥ୍ୟର ଆବଶ୍ୟକତା ରହିଛି । ବିଶ୍ୱର ଅନ୍ୟାନ୍ୟ ଭାଗରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଆମକୁ ତାହା ଉପରେ କଡା ନଜର ରଖିବାକୁ ହେବ ଏବଂ ସେଥିପାଇଁ ନିଜକୁ ପ୍ରସ୍ତୁତ କରିବାକୁ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ ଦେଶରେ ଓମିକ୍ରନ ଆକ୍ରାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଇତିମଧ୍ୟରେ ଦେଶର ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକରଣରେ ଆକ୍ରାନ୍ତ ଠାବ ହୋଇସାରିଲେଣି । କେବଳ ମହାରାଷ୍ଟ୍ରରେ ୫୪ ଓ ଦିଲ୍ଲୀରେ ୨୨ ଜଣ ଏହି ପ୍ରକଣରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି । ଏହାବ୍ୟତୀତ ରାଜସ୍ଥାନ ୧୭, କର୍ଣ୍ଣାଟକ ୧୪, ତେଲେଙ୍ଗାନା ୨୦, ଗୁଜରାଟ ୧୧, କେରଳ ୧୧, ଆନ୍ଧ୍ରପ୍ରଦେଶ ୧, ଚଣ୍ଡିଗଡ ୧, ତାମିଲନାଡୁ ୧ ଏବଂ ପଶ୍ଚିମବଙ୍ଗରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories