ରେଳବାଇ ପୁଲିସର ସଚେତନତା ଅଭିଯାନ

କଟକ: ବିଭିନ୍ନ ସମୟରେ ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ଦୁର୍ଘଟଣା ଘଟୁଥିବାରୁ କଟକ ରେଳବାଇ ପୁଲିସ୍‍ ପକ୍ଷରୁ ସୋମବାର ଦିନ ବ୍ୟାପି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। କଟକ ଶିଖରପୁର ସ୍ଥିତ ରେଲୱେ ବାଇପାସ ନିକଟରେ ରେଳବାଇ ପୁଲିସ ବିଭାଗର କର୍ମକର୍ତ୍ତା ଏବଂ ସ୍କୁଲ ଛାତ୍ରଛାତ୍ରୀ ମାନେ ସେହି ବାଟଦେଇ ଯାଉଥିବା ଯାତ୍ରୀମାନଙ୍କୁ ରେଳ ଧାରଣା ଉପର ଦେଇ ଅତିକ୍ରମ କଲେ ସୃଷ୍ଟି ହେଉଥିବା ଅସୁବିଧା ଗୁଡିକ ବିଷୟରେ ବୁଝାଇଥିଲେ।ସେମାନେ ଏହି ଅଞ୍ଚଳରେ ଡାକବାଜି ଯନ୍ତ୍ର ସହାୟତାରେ ଲୋକମାନଙ୍କୁ ସଚେତନ କରୁଥିଲେ। ରେଳ ରାସ୍ତା ଦେଇ ଅତିକ୍ରମ କରିବା ପାଇଁ ବାଇପାସ୍‍ ରାସ୍ତା ତିଆରି ହୋଇଥିଲେ ମଧ୍ୟ ଅନେକ ସମୟରେ ଲୋକମାନେ ରେଳ ଧାରଣାଉପର ଦେଇ ଅତିକ୍ରମ କରୁଥିବାରୁ ମୁଲ୍ୟବାନ ଜୀବନ ହାନି ହେଉଛି। ସୂଚନାଯୋଗ୍ୟ ଶିଖରପୁର ପରେ ନିର୍ମାଣ ହୋଇଥିବା ରେଲୱେ ଅଣ୍ଡରପାସ୍‍ ତଳେ ଅଳ୍ପ ବର୍ଷା ହେଲେ ମଧ୍ୟ ପାଣି ଭର୍ତ୍ତୀ ହୋଇଯାଉଥିବାରୁ ଅନେକ ସମୟରେ ରେଳ ଧାରଣା ଦେଇ ଲୋକେ ଅତିକ୍ରମ କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି।

kalyan agarbati

Comments are closed.