ମୋହନାରେ ରିଲାଏନ୍ସ ଜିଓର ଲୁଚକାଳି ଖେଳ

0

ମୋହନା: ଗଜପତି ଜିଲ୍ଲା ମୋହନାରେ କିଛି ଦିନ ଧରି ରିଲାଏନ୍ସ ଜିଓର ଲୁଚକାଳି ଖେଳ ଦେଖିବାକୁ ମିଳିଛି। ଏହି ବ୍ଳକର ଶହ ଶହ ଉପଭୋକ୍ତା ରିଲାଏନ୍ସ ଜିଓର ସେବା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏକ ସପ୍ତାହ ହେଲା ଜିଓ କାର୍ଯ୍ୟାଳୟରେ ଜେନେରେଟର ପୋଡିଯାଇଥିବା ବିଶେଷ ସୁତ୍ରରୁ ଜଣାପଡିଛି। ଟେକନିସିଆନ ନଥିବା ହେତୁ ଜେନେରେଟରଟି ମରାମତି ହୋଇପାରୁନାହିଁ । ଏହାହେତୁ ରିଲାଏନ୍ସ ଜିଓ ବ୍ୟବହାରକାରୀମାନେ ବିଭିନ୍ନ କାମ ନେଇ ନିଜ ଅଂଚଳ ଓ ବାହାର ଅଂଚଳର ସାଧାରଣ ଲୋକଙ୍କ ସହିତ ଯୋଗାଯୋଗ କରିବାରୁ ବଂଚିତ ହେଉଛନ୍ତି। ଯଥାଶୀଘ୍ର ରିଲାଏନ୍ସ ଜିଓକୁ କାର୍ଯ୍ୟକ୍ଷମ କରିବା ପାଇଁ ଅଂଚଳବାସୀ କମ୍ପାନୀ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି।

Leave A Reply