www.samajalive.in
Saturday, December 6, 2025
26.1 C
Bhubaneswar

ଇନ୍ଧନ କ୍ଷେତ୍ରରେ ନୂଆ ଯୌଥ ଉଦ୍ୟୋଗ ‘ଜିଓ-ବିପି’

ମୁମ୍ବଇ,୧୦ା୭: ବ୍ରିଟିଶ ପେଟ୍ରୋଲିୟମ୍‌ (ବିପି) ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ଭାରତୀୟ ଇନ୍ଧନ ଓ ଗମନାଗମନ ଯୌଥ ଉଦ୍ୟୋଗ ରିଲାଏନ୍ସ ବିପି ମୋବିଲିଟି ଲିମିଟେଡ୍ (ଆର୍‌ବିଏମ୍‌ଏଲ୍‌)ର ଆରମ୍ଭ ହୋଇଛି । ୨୦୧୯ରେ ଏ ନେଇ ପ୍ରାରମ୍ଭିକ ବୁଝାମଣା ପରେ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ସତ୍ତ୍ୱେ ଏହି କାରବାର ସଫଳତାର ସହ ଯୋଜନା ଅନୁସାରେ ସମ୍ପୂର୍ଣ୍ଣ ହୋଇଛି । ଏହି ଯୌଥ ଉଦ୍ୟୋଗର ୪୯% ପ୍ରତିଶତ ଅଂଶଧନ ପାଇଁ ବିପି ଏକ ବିଲିଅନ୍ ଡଲାର ପ୍ରଦାନ କରିଥିବାବେଳେ ରିଲାଏନ୍ସ ପାଖରେ ୫୧% ଅଂଶଧନ ରହିଛି ।
ଜିଓ-ବିପି ବ୍ରାଣ୍ଡ୍ ଅଧୀନରେ ଏହା ପରିଚାଳିତ ହେଉଥିବା ଏହି ଯୌଥ ଉଦ୍ୟୋଗ ଭାରତର ଇନ୍ଧନ ଓ ଗମନାଗମନ ବଜାରରେ ଅନ୍ୟତମ ଅଗ୍ରଣୀ ସଂସ୍ଥା ହେବାକୁ ଲକ୍ଷ୍ୟ ରଖିଛି । ଦେଶର ୨୧ଟି ରାଜ୍ୟରେ ରିଲାଏନ୍ସର ରହିଥିବା ଉପସ୍ଥିତି ଓ ଜିଓ ଡିଜିଟାଲ୍ ପ୍ଲାଟଫର୍ମ ଜରିଆରେ ରହିଥିବା ଏହାର ନିୟୁତାଧିକ ଗ୍ରାହକ ଏହି କ୍ଷେତ୍ରରେ ସହାୟକ ହେବେ । ବିବିଧ ପ୍ରକାରର ଉଚ୍ଚ ମାନର ଇନ୍ଧନ, ଲୁବ୍ରିକାଣ୍ଟ୍‌, ଖୁଚୁରା ଏବଂ ଆଧୁନିକ କମ୍ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା ଗମନାଗମନ ସମାଧାନ କ୍ଷେତ୍ରରେ ବିପିର ରହିଥିବା ବିଶ୍ୱସ୍ତରୀୟ ଅଭିଜ୍ଞତା ଏହି ବ୍ୟବସାୟରେ ଉପାଦେୟ ହେବ। ପୂର୍ବରୁ ରିଲାଏନ୍ସ ବ୍ରାଣ୍ଡ୍‌ ନାମରେ ଆର୍‌ଆଇଏଲ୍‌ର ପେଟ୍ରୋଲ ପମ୍ପ କାର୍ଯ୍ୟ କରୁଥିଲା ା ଦେଶରେ ଆସନ୍ତା ପାଞ୍ଚବର୍ଷ ଭିତରେ ଆର୍‌ବିଏମ୍‌ଏଲ୍ ଏହାର ବର୍ତ୍ତମାନ ରହିଥିବା ୧୪୦୦ ରିଟେଲ୍ ସାଇଟ୍ ବା ପେଟ୍ରୋଲ ପମ୍ପ ଆଉଟ୍‌ଲେଟ୍ ସଂଖ୍ୟାକୁ ୫୫୦୦ ପର୍ଯ୍ୟନ୍ତ ବଢ଼ାଇବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ସର୍ଭିସ ଷ୍ଟେସନ୍‌ଗୁଡିକରେ ଚାରି ଗୁଣା ଅଧିକ କର୍ମଚାରୀ ନିଯୁକ୍ତ ଆବଶ୍ୟକ ପଡ଼ିବ, ଯାହା ବର୍ତ୍ତମାନର ୨୦,୦୦୦ରୁ ବୃଦ୍ଧି ପାଇ ୮୦,୦୦୦ରେ ପହଞ୍ଚିିବ । ଆସନ୍ତା ବର୍ଷଗୁଡ଼ିକରେ ଏହି ଯୌଥ ଉଦ୍ୟୋଗ ଏହାର ବିମାନ ବନ୍ଦରଗୁଡିକରେ ରହିଥିବା ବିମାନ ଟର୍ବାଇନ୍‌ ଇନ୍ଧନ (ଏଟିଏଫ୍‌) ​‌େ​‌​‌ଷ୍ଟସନ୍‌ ଉପସ୍ଥିତିକୁ ବର୍ତ୍ତମାନର ୩୦ରୁ ୪୫କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଏହି ଯୌଥ ଉଦ୍ୟୋଗରେ ତତ୍କାଳ ଭାବେ ଏହାର ବିଭିନ୍ନ ରିଟେଲ୍ ଆଉଟ୍‌ଲେଟ୍‌ରେ ଇନ୍ଧନ ଓ କ୍ୟାଷ୍ଟ୍ରଲ୍ ଲୁବ୍ରିକାଣ୍ଟ୍ ବିକ୍ରି ଆରମ୍ଭ କରାଯାଇଛି। ଏହି ସମସ୍ତ ରିଟେଲ୍ ଆଉଟ୍‌ଲେଟ୍ ସମୟକ୍ରମେ ଜିଓ-ବିପି ନାମରେ ପୁନଃନାମିତ କରାଯିବ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories