www.samajalive.in
Saturday, December 13, 2025
21.1 C
Bhubaneswar

ଏସ୍‌ସିଏସ୍‌ଟିଆର୍‌ଟିଆଇର ତିନୋଟି ପ୍ରକାଶନ ଉନ୍ମୋଚିତ

ଭୁବନେଶ୍ୱର: ଆଜି ସ୍ଥାନୀୟ ଏସ୍‌ସିଏସ୍‌ଟିଆର୍‌ଟିଆଇ ସମ୍ମିଳନୀ କକ୍ଷରେ ‘ଆଦିବାସୀ’-ଭଲ୍ୟୁମ ୬୨, ଇସୁ ୧, ଏମ୍ପରିକାଲ୍‌ ଷ୍ଟଡି କମ୍‌ ଡକ୍ୟୁମେଣ୍ଟେସନ୍‌ ଅନ୍‌ ଫୋକ୍‌ଲୋର ଅଫ୍‌ ଖଡିଆ ଟ୍ରାଇବ୍‌ ଅଫ୍‌ ଓଡ଼ିଶା ଓ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିଉଜ୍‌ଲେଟର ଭଲ୍ୟୁମ, ଇସ୍ୟୁ ୧ ଓ ୨ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।
୧୯୬୧ ମସିହାଠାରୁ ‘ଆଦିବାସୀ’ ନାମରେ ଏକ ସ୍ୱତନ୍ତ୍ର ଗବେଷଣାମୂଳକ ଜର୍ଣ୍ଣାଲ ପ୍ରକାଶିତ ହୋଇଆସୁଛି । ଏହି ସଂଖ୍ୟାରେ ମିଲେଟ୍‌ ଓ ଆଦିବାସୀ ସଂପର୍କିତ ଅନେକ ଗବେଷଣାତ୍ମକ ନିବନ୍ଧ ପ୍ରକାଶ ପାଇଛି । ରାଜ୍ୟ ସରକାର ମିଲେଟ୍‌ର ଚାଷକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିବା ଏବଂ ୨୦୨୩କୁ ଭାରତ ସରକାର ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବରେ ପାଳନ କରୁଥିବାବେଳେ ଏସ୍‌ସିଏସ୍‌ଟିଆର୍‌ଟିଆଇ ପକ୍ଷରୁ ମିଲେଟ୍‌ ସମ୍ବନ୍ଧରେ ପ୍ରକାଶିତ ପୁସ୍ତିକାରେ ଜନଜାତି ଓ ମିଲେଟ୍‌ର ସାଂସ୍କୃତିକ ସଂପର୍କରେ ଅନେକ ତଥ୍ୟ ସନ୍ନିବେସିତ ହୋଇଛି ବୋଲି ନିର୍ଦ୍ଦେଶକ ଡ. ଓତା କହିଛନ୍ତି। ସେହିପରି ଖଡ଼ିଆ ଜନଜାତିଙ୍କ ଉପରେ ଏକ ତଥ୍ୟମୂଳକ ପୁସ୍ତକକୁ ଡ. ଏବି ଓତା ଉନ୍ମୋଚିତ କରିଥିଲେ । ଏଟିଏଲସି ଦ୍ୱାରା ପ୍ରକାଶିତ ଏହି ପୁସ୍ତକଟିରେ ଖଡ଼ିଆ ଜନଜାତିଙ୍କର ଲୋକକଳା, ଲୋକକଥା, ଲୋକସଂଗୀତ, ପୌରାଣିକ କଥା ଆଦି ତଥ୍ୟ ରହିଛି । ଶେଷରେ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିଉଜ୍‌ଲେଟର ଭଲୁ୍ୟମ୍‌ Xଔଔ, ଇସୁ୍ୟ ୧ ଓ ୨ ଉନ୍ମୋଚିତ ହୋଇଛି।
ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ଆଜି ଅବସର ଗ୍ରହଣ କରିଛନ୍ତି। କର୍ମଚାରୀମାନେ ନିର୍ଦ୍ଦେଶକ ପ୍ରଫେସର (ଡ.) ଓତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ। ପ୍ରଫେସର ଡ. ଓତା ଗତ ୧୬ ବର୍ଷ ଧରି ସଂସ୍ଥାନର ନିର୍ଦ୍ଦେଶକ ଭାବେ ଜନଜାତିଙ୍କ ବିକାଶ ପାଇଁ ନିରନ୍ତର ଭାବେ ନିଜକୁ ଜଡ଼ିତ କରିଆସିଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories