www.samajalive.in
Saturday, December 6, 2025
16.1 C
Bhubaneswar

ଗଡ଼ିଲାନି ରଥ ; ରେଢାଖୋଲରେ କୋରନା କଟକଣା ଭିତରେ ସରିଲା ରଥଯାତ୍ରା

ରେଢାଖୋଲ : ବର୍ଷ ବର୍ଷ ଧରି ସମ୍ବଲପୁର ଜିଲା ରେଢ଼ାଖୋଲ ସହରରେ ଗଡଜାତ ଅମଳରୁ ଚାଲି ଆସିଥିବା ପ୍ରସିଦ୍ଧ ରଥଯାତ୍ରା ଉପରେ ମହାମାରୀ କରୋନା ଭୂତାଣୁର ପ୍ରଭାବ ପଡ଼ିଛି। ଅନେକ ବର୍ଷ ଧରି ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଚାଲି ଆସିଥିବା ପରମ୍ପରା ଭାଙ୍ଗିଛି। ରଥଯାତ୍ରା ଦିନ ଯେଉଁ ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ଲାଗୁଥିଲା, ତାହା ଆଜି ଜନଶୂନ୍ୟ ହୋଇଛି। ସମସ୍ତ ନୀତିକାନ୍ତି ସରକାରଙ୍କ ତରଫରୁ ଜାରି କରାଯାଇଥିବା କରୋନା କଟକଣା ମଧ୍ୟରେ ମନ୍ଦିର ପରିସରରେ ଅନୁଷ୍ଠିତ ହେଉଛି।

ସୂଚନା ଅନୁଯାୟୀ, ସମଗ୍ର ରେଢ଼ାଖୋଲ ଉପଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳର ଏକମାତ୍ର ପ୍ରସିଦ୍ଧିଲାଭ କରିଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଘୋଷଯାତ ରେଢ଼ାଖୋଲ ସହରରେ ରାଜରାଜୁଡ଼ା ଶାସନ ଅମଳରୁ ହୋଇ ଆସୁଛି। ପ୍ରତିବର୍ଷ ଅଞ୍ଚଳବାସୀ ଏହି ଦିନଟିକୁ ଖୁବ୍‍ ଆଗ୍ରହ ସହକାରେ ଅପେକ୍ଷା କରିଥାନ୍ତି। ହେଲେ ଚଳିତ ବର୍ଷ କରୋନା ମହାମାରୀ ଲୋକଙ୍କ ଏହି ଆଶାରେ ପାଣି ଢାଳି ଦେଇଛି। ବର୍ଷ ବର୍ଷ ଧରି ଚାଲିଥିବା ପରମ୍ପରାକୁ ମଧ୍ୟ ଏହି କରୋନା ଭାଙ୍ଗି ଦେଇଛି। ଫଳରେ ସରକାର ଓ ଉପଖଣ୍ଡ ପ୍ରଶାସନ ତରଫରୁ ଜାରି କରାଯାଇଥିବା କଟକଣା ମଧ୍ୟରେ କେବଳ ମନ୍ଦିର ପରିସର ମଧ୍ୟରେ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେଉଛି। ଏହାଦ୍ୱାରା ରଥସାହିସ୍ଥିତ ବଡ଼ଦାଣ୍ଡକୁ ଚଳିତ ବର୍ଷ ତିନି ଠାକୁର ବିଜେ କରି ପାରିବେ ନାହିଁ। ରଥସାହିର ବଡ଼ଦାଣ୍ଡରେ ଠାକୁରମାନଙ୍କୁ ଅନେଇ ରହିଥିବା ଦୁଇ ରଥରେ ବି ରଥକନା ଲାଗି ନାହିଁ। ତେଣୁ ରେଢ଼ାଖୋଲ ସହର, କଦମ୍ବପଡ଼ିଆ ଓ ରଥସାହିର ବଡ଼ଦାଣ୍ଡ ଜନଶୂନ୍ୟ ହୋଇଛି। କିନ୍ତୁ, ପ୍ରଶାସନ ତରଫରୁ ସରକାରଙ୍କ ତରଫରୁ ଜାରି କରାଯାଇଥିବା କୋଭିଡ୍‍ ଗାଇଡ଼ଲାଇନ୍‍ ଅନୁସାରେ କିପରି ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories