www.samajalive.in
Sunday, December 14, 2025
26.1 C
Bhubaneswar

ନବବିବାହିତାଙ୍କ ବେକରୁ ଝାମ୍ପି ନଲେ ସୁନାହାର

ରେଢ଼ାଖୋଲ:କିଛିଦିନ ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଛନ୍ତି ଲୁଟେରା। ଦିନ ଦ୍ବିପ୍ରହରରେ ନବବିବାହିତାଙ୍କ ବେକରୁ ଝାମ୍ପିନେଲେ ଲକ୍ଷାଧିକ ଟଙ୍କାର ସୁନାହାର। ଏଭଳି ଏକ ଅଭାନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କଦଳିଗଡ ଶିବମନ୍ଦିର ସମ୍ମୁଖରେ। ଘଟଣାରୁ ଜଣାପଡିଛି ଯେ ରେଡ଼ାଖୋଲ ଥାନା ମହୁଲମୁଣ୍ତା ଗ୍ରାମର ଦିଲ୍ଲିପ ପ୍ରଧାନ(୨୯) ଓ ବିଜୟିନୀ ପ୍ରଧାନ(୨୬)ଙ୍କ ସହିତ ଗତ ୨୩ ତାରିଖ ଦିନ ବାହାଘର ହୋଇଛି।

 

- Advertisement -

ଆଜି ବାହାଘର ପରେ ଉଭୟେ ନବବିବାହିତା ସ୍ବାମୀ ସ୍ତ୍ରୀ ଗ୍ରାମ ନିକଟସ୍ଥ କଦଳିଗଡ ଶିବ ମନ୍ଦିରକୁ ମନ୍ଦିର ଦର୍ଶନ କରିବା ପାଇଁ ଆସିଥିଲେ।ମନ୍ଦିର ଦର୍ଶନ କରିବା ସହିତ ଉଭୟେ ମନ୍ଦିରରେ ପ୍ରାୟ ଅଧାଘଣ୍ଟାରୁ ଅଧିକ ସମୟ ରହିବା ପରେ ଦିନ ପ୍ରାୟ ୧୧ ଟା ବେଳେ ଉଭୟେ ଘରକୁ ଯିବାପାଇଁ ବାହାରକୁ ଆସିଥିଲେ। ତେବେ ପୁର୍ବରୁ ଯୋଜନା କରି ମନ୍ଦିର ବାହାରେ ଛକି ରହିଥିବା ଦୁବୃର୍ତ୍ତ ଦ୍ବୟ ନବବିବାହିତାଙ୍କ ପାଖକୁ ଆସି ତାଙ୍କ ବେକରୁ ସୁନାହାର ଓ ମଙ୍ଗଳସୁତ୍ର ଟାଣିନେଇ ଆଖି ପିଛୁଳାକେ ଏକ ଧଳା ରଂଗର ଆପାଚି ବାଇକରେ ଫେରାର୍ ହୋଇଯାଇଥିଲେ। ଏହି ଘଟଣା ଘଟିବା ପରେ ନବଦମ୍ପତି ସ୍ଥାନୀୟ ଲୋକଙ୍କୁ କହିବା ସହିତ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ରେଢ଼ାଖୋଲ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଲୁଟେରାଙ୍କ କୌଣସି ସଂଧାନ ପାଇପାରିନଥିବା ଜଣାପଡିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories