www.samajalive.in
Saturday, December 13, 2025
26.1 C
Bhubaneswar

ଗୋଟିଏ ରାଷ୍ଟ୍ରର ଅମୂଲ୍ୟ ସମ୍ପଦ ସମ୍ୱିଧାନ

ଯାଜପୁର : ସମ୍ୱିଧାନ ଗୋଟିଏ ରାଷ୍ଟ୍ରର ଅମୂଲ୍ୟ ସମ୍ପଦ ବୋଲି ଭାରପ୍ରାପ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ ମତ ବ୍ୟକ୍ତ କରିଛନ୍ତି। ବୁଧବାର ଯାଜପୁର ଜିଲା ସ୍କୁଲ ପଡିଆ ଠାରେ ୭୩ ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ପରେ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ରିଜର୍ଭ ଇନିସ୍ପେକ୍ଟର କାହ୍ନୁ ଚରଣ ମାରାଣ୍ଡିଙ୍କ ନେତୃତ୍ୱରେ ପୁଲିସ ବାହିନୀ ପଡିଆରେ ଉପସ୍ଥିତ ଥିବାବେଳେ ପୁଲିସ ବ୍ୟାଣ୍ଡ ଦ୍ୱାରା ରାଷ୍ଟ୍ରୀୟ ସଂଗୀତ ପରିବେଷଣ କରାଯାଇଥିଲା। ଏସ୍.ପି. ରାହୁଲ ପି.ଆର୍., ଅତିରିକ୍ତ ଜିଲାପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦେଶକ ଅଶୋକ କୁମାର ବେହୁରିଆ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିରି ନାରାୟଣ ବାରିକ, ଏଡିଏମଓ. ଡା. ଅନୁପ କୁମାର ନାଥଶର୍ମା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଜିଲା ଶିକ୍ଷା ଅଧିକାରୀ ରଂଜନ ଗିରି ପ୍ରମୁଖ ଯୋଗ ଦେଇଥିଲେ। କୋଭିଡ କଟକଣା ଓ ମାର୍ଗଦର୍ଶିକା ଅନୁସାରେ କେବଳ ସ୍ୱଳ୍ପ ସଂଖ୍ୟକ ସ୍ୱାସ୍ଥ୍ୟ କର୍ମୀ ଓ ସପେଂଇ କର୍ମଚାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

 

- Advertisement -

ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିିରିକ୍ତ ଏସପି. ନାରାୟଣ ବାରିକ, ଏସ.ଡି.ପି.ଓ. ସରୋଜ କୁମାର ଉପାଧ୍ୟାୟ, ଆଇ.ଆଇ.ସି. ଅଜୟ କୁମାର ଜେନା, ଡେପୁଟୀ କଲେକ୍ଟର କୁଳମଣି ନାୟକ, ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ପୂର୍ବରୁ ଅନଲାଇନ ମାଧ୍ୟମରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ଓଡିଆ ବକ୍ତୃତା, ଦେଶାତ୍ମବୋଧ ସଂଗୀତ, ଚିତ୍ରାଙ୍କନ, ପ୍ରବନ୍ଧ ଓ କୁଇଜ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ବିଦ୍ୟାଳୟ ମାଧ୍ୟମରେ ଟ୍ରପିଂ ଓ ମାନପତ୍ର ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଚ୍ଥି ବୋଲି ଲୋକ ସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories