ନୂଆଦିଲ୍ଲୀ: ଦିଲ୍ଳୀରେ କାର ବିସ୍ଫୋରଣ ପରେ ଲାଲକିଲ୍ଲାକୁ ତିନି ଦିନ ପାଇଁ ବନ୍ଦ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଲାଲକିଲ୍ଲାକୁ ତିନି ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି । ଲାଲକିଲ୍ଲା ନିକଟରେ ରାପିଡ ଆକ୍ସନ ଫୋର୍ସ ମୁତୟନ କରାଯାଇଛି । ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ମଧ୍ୟ ବନ୍ଦ ରହିଛି । ଅନେକ ରୁଟ୍ ମଧ୍ୟ ପରିବର୍ତ୍ତନ କରାଯାଇଛି ।
ସୂଚନାଯୋଗ୍ୟ ଯେ ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ଏକ ହୁଣ୍ଡାଇ ଆଇ୨୦ କାର ବିସ୍ଫୋରଣ ହୋଇଥିଲା, ଏଥିରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।



