www.samajalive.in
Saturday, December 6, 2025
19.1 C
Bhubaneswar

ଜୁନିୟର ରେଡକ୍ରସ ପକ୍ଷରୁ କରୋନା ସଚେତନତା

ବଲାଙ୍ଗିର : କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରି ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପାନୁଷ୍ଠାନକୁ ଗଭୀର ଭାବରେ ପ୍ରଭାବିତ କରିଛି। ଶିକ୍ଷା ବ୍ୟବସ୍ଥାରେ ଏକପ୍ରକାର ଅଚଳାବସ୍ଥା ଆସିଯାଇଛି। ବିଦ୍ୟାର୍ଥୀମାନଙ୍କର ସୁନେଲୀ ଭବିଷ୍ୟତକୁ ଗଢିବାକୁ ହେଲେ ଆମ ସମସ୍ତଙ୍କୁ ଆଗେଇ ଆସିବାକୁ ପଡିବ। ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜୁନିୟର ରେଡକ୍ରସ ପକ୍ଷରୁ କୁଟୁମଡୋଳା ପଂଚାୟତ ଅନ୍ତର୍ଗତ ବାନ୍ଧନଘୋର ଗାଁରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାର୍ଥୀମାନେ ନିଜ ପଢାପ୍ରତି ସଚେତନ ହେବା ସହ ତାଲାବନ୍ଦୀ ସମୟରେ ଘରେ ଥିବା ବୟସ୍କ ବ୍ୟକ୍ତିମାନଙ୍କ ସହିତ ଆଳାପ ଆଲୋଚନା କରି ତାଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ ସେ ବିଷୟରେ ଗାଁର ସମସ୍ତ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ଏହା ସହ ଛାତ୍ରଛାତ୍ରୀମାନଙ୍କୁ ମାକ୍ସ, ସାବୁନ, ପାଠ୍ୟ ସମଗ୍ରୀ ବଣ୍ଟନ କରାଯାଇଥିଲା। ଛାତ୍ର ଛାତ୍ରୀମାନଙ୍କୁ ସାମାଜିକ ଦୂରତ୍ୱ ଅବଳମ୍ବନ, ବାରମ୍ବାର ସାବୁନ ରେ ହାତ ଧୋଇବାକୁ ପରାମର୍ଶ ସହ ମାକ୍ସ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଜିଲା ଶିକ୍ଷାଧିକାରୀ ଧୃବ ଚରଣ ବେହେରାଙ୍କୁ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲା ଜୁନିୟର ରେଡକ୍ରସ ସଂପାଦକ ଜ୍ୟୋତି ପ୍ରସାଦ ପରିଡା ଓ ସଂଗଠକ ସୁବାଷ ଚନ୍ଦ୍ର ପଟେଲଙ୍କ ମାର୍ଗ ଦର୍ଶନରେ କାର୍ଯ୍ୟକ୍ରମକୁ ଜୁନିୟର ରେଡକ୍ରସ ପରାମର୍ଶଦାତା ରଞ୍ଜିତ ମିଶ୍ର ପରି·ଳନା କରିଥିଲେ। କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସ୍ୱେଚ୍ଛାସେବୀ ଦେବାଶିଷ ବହିଦାର, ମନ୍ମୟ ତ୍ରିପାଠୀ, ବିଘ୍ନରାଜ ମିଶ୍ର, ପଂଚାନନ ଚନ୍ଦନ, କୁଞ୍ଜ ବିହାରୀ ମେହେର, ଚୈତନ୍ୟ ମେହେର, କୃପାସିନ୍ଧୁ ମେହେର, ଚିନାମାଲି ସାହୁ, ବିଲ ବାଗ ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories