www.samajalive.in
Thursday, December 11, 2025
15.1 C
Bhubaneswar

ଆରୋଗ୍ୟ ହାର ୭୮.୫୩ ପ୍ରତିଶତ : ନମୂନା ପରୀକ୍ଷାରେ ଆମେରିକାକୁ ଟପିବ ଭାରତ

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୭୮.୫୩ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୨ ହଜାର ୯୬୧ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଦେଶରେ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୩୯ଲକ୍ଷ ୪୨ ହଜାର ୩୬୦ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତ ମାନଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ଓ ମୋଟ୍‍ ସଂକ୍ରମଣର ଏହା  ୧୯.୮୪ % ରହିଛି। ନମୂନା ପରୀକ୍ଷା, ସଂକ୍ରମିତ ମାନଙ୍କର ଚିହ୍ନଟ ଓ ତୁରନ୍ତ ଚିକିତ୍ସା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି। ଦେଶରେ ମୋଟ୍‍ କରୋନା ସଂକ୍ରମଣ ସଂଖ୍ୟା ୫୦ ଲକ୍ଷ ୨୦ହଜାର ୩୫୯ ରହିଛି। ଚିକିତ୍ସିତ ହେଉଥିବା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୯୫ହଜାର ୯୩୩ ରହିଛି। ଗତ ୨୪ଘଣ୍ଟା ଭିତରେ ୧୨୯୦ଜଣଙ୍କ ମୃତ୍ୟୁ ପରେ କୋଭିଡ ମୃତ୍ୟୁସଂଖ୍ୟା ୮୨ହଜାର ୬୬ରେ ପହଞ୍ଚିଛି। ଦେଶରେ କୋଭିଡ ମୃତ୍ୟୁହାର  ୧ .୬୩ ଭାଗ ରହିଛି।

- Advertisement -

ଗତ ୨୪ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୧୬ହଜାର ୮୪୨ଟି ନମୂନା ପରୀକ୍ଷା କରାଯାଇଛି। ଏପର୍ଯ୍ୟନ୍ତ ୫ କୋଟି ୯୪ଲକ୍ଷ ନମୂନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଆରଟିପିସିଆର ଓ ର‍୍ୟାପିଡ୍‍ ଆଣ୍ଟିଜେନ୍‍ ଟେଷ୍ଟ ପ୍ରାୟ ସମସ୍ତ ରାଜ୍ୟରେ ବୃଦ୍ଧି ପାଇଛି। ମନ୍ତ୍ରଣାଳୟରୁ ପ୍ରକାଶିତ ଏକ ଟ୍ୱିଟ୍‍ ବାର୍ତ୍ତାରେ କୁହାଯାଇଛି ସରକାରୀ ପରୀକ୍ଷାଗାର ଗୁଡ଼ିକ ଦ୍ୱାରା ୯ଲକ୍ଷ ୫୦ହଜାରରୁ ଊର୍ଦ୍ଧ୍ବ ନମୂନା ପରୀକ୍ଷା କରାଯାଇଥିବାବେଳେ ବେସରକାରୀ ପରୀକ୍ଷାଗାର ଗୁଡ଼ିକରେ ୧ ଲକ୍ଷ ୨୦ହଜାର ନମୂନା ପରୀକ୍ଷା କରାଯାଇସାରିଛି।

ଏଭଳି ସ୍ଥିତିରେ ଭାରତ ନମୂନା ପରୀକ୍ଷାରେ ଆମେରିକାକୁ ଟପିଯିବ। ମନ୍ତ୍ରଣାଳୟ କହିଛି ଦୈନିକ ନମୂନା ପରୀକ୍ଷା ବୃଦ୍ଧି ପାଇଥିବାବେଳେ ର‍୍ୟାପିଡ ଆଣ୍ଟିଜେନ୍‍ ଟେଷ୍ଟରେ ନେଗେଟିଭ୍‍ ରିପୋର୍ଟ ଆସିଥିବା ବ୍ୟକ୍ତିମାନଙ୍କର ବାଧ୍ୟତାମୂଳକ ଭାବେ ଆରଟିପିସିଆର ଟେଷ୍ଟ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories