www.samajalive.in
Monday, December 8, 2025
24.1 C
Bhubaneswar

ଏମ୍‍ଏସ୍‍ଏମ୍‍ଇ ‘ଉଦ୍ୟମ’ରେ ପଞ୍ଜିକୃତ ହେଲେ ୧୧ ଲକ୍ଷରୁ ଅଧିକ ଉଦ୍ୟୋଗ

ନୂଆଦିଲ୍ଲୀ :  ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ଏମ୍‍ଏସ୍‍ଏମ୍‍ଇର ନୂତନ ଅନ୍‍ଲାଇନ୍‍ ବ୍ୟବସ୍ଥା ‘ଉଦ୍ୟମ’ ପୋର୍ଟାଲରେ ୧୧ ଲକ୍ଷରୁ ଊର୍ଦ୍ଧ୍ବ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସେମାନଙ୍କର ନାମ ପଞ୍ଜୀକୃତ କରିଛନ୍ତି। ଚଳିତବର୍ଷ ଜୁଲାଇ ପହିଲାରୁ ଏହି ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପଞ୍ଜୀକରଣ ସଂକ୍ରାନ୍ତ ଏହି ପୋର୍ଟାଲକୁ ସିବିଡିଟି ଏବଂ ଜିଏସ୍‍ଟି ନେଟ୍‍ୱାର୍କ ସହ ସଂଯୋଗ କରାଯାଇଛି। ମନ୍ତ୍ରଣାଳୟ କହିଛି ପୁରୁଷ ଉଦ୍ୟୋଗୀ ମାଲିକାନାରେ ସାତଲକ୍ଷ ୯୮ହଜାର ଉଦ୍ୟୋଗ ଏବଂ ମହିଳା ଉଦ୍ୟୋଗୀ ମାଲିକାନାରେ ଏକଲକ୍ଷ ୭୩ହଜାର ଉଦ୍ୟୋଗ ପରିଚାଳିତ ହେଉଛି। ନିର୍ମାଣ ବିଭାଗ ଅଧୀନରେ ୩ ଲକ୍ଷ ୭୨ହଜାର ଉଦ୍ୟୋଗ ପଞ୍ଜିକୃତ ହୋଇଥିବାବେଳେ ୬ଲକ୍ଷ ୩୧ ହଜାର ଉଦ୍ୟୋଗ ବିଭିନ୍ନ ସେବା ବିଭାଗ ଅଧୀନରେ ପଞ୍ଜିକୃତ ହୋଇଛି। ଏଥିସହିତ ଦିବ୍ୟାଙ୍ଗ ଉଦ୍ୟୋଗୀଙ୍କ ଦ୍ୱାରା ପରିଚାଳିତ ୧୧ ହଜାରରୁ ଊର୍ଦ୍ଧ୍ବ ଉଦ୍ୟୋଗ ପଞ୍ଜିକୃତ ହୋଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories