www.samajalive.in
Saturday, December 13, 2025
26.1 C
Bhubaneswar

ଅନଲାଇନ ପାଠପଢ଼ାର ବିକଳ ଚିତ୍ର : ୪କିମି ଚାଲି ଜଙ୍ଗଲରେ ଦେଲେ ପରୀକ୍ଷା

ଏମଭି ୭୯: ମାଲକାନଗିରି ଜିଲାରେ ମୋବାଇଲ ଟାୱାର ନ ଥିବାରୁ ଅନେକ ଅଞ୍ଚଳରେ ଅନଲାଇନ (ସଞ୍ଚାର) ପାଠ୍ୟକ୍ରମରେ ବାଧା ସୃଷ୍ଟି ହେଉଛି। ସୀମାନ୍ତ ପଡ଼ିଆ ବ୍ଲକରେ ନେଟୱକ ଅଭାବରୁ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେବା ପାଇଁ ବିଦ୍ୟାର୍ଥୀ ଚାରି କିମି ଦୂର ଚାଲିଚାଲି ଯାଇ ଜଙ୍ଗଲ ଭିତରେ ପରୀକ୍ଷା ଦେବା ଘଟଣା ସଞ୍ଚାର ମାଧ୍ୟମରେ ପାଠପଢ଼ାର ବିକଳ ଚିତ୍ରକୁ ପଦାରେ ପକାଇଛି । ସୂଚନା ଅନୁସାରେ ମାଟେରୁ ପଞ୍ଚାୟତ ଭିତରେ ଥିବା ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀ ବହୁତ ହନ୍ତସନ୍ତ ହେଉଛନ୍ତି। ମାଟେରୁ ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ମାଧ୍ୟମରେ ପରୀକ୍ଷା ଦେବାକୁ ପଡ଼ୁଛି। ଫଳରେ ପିଲା ୪ କିଲୋମିଟର ଦୂର ଚାଲିଚାଲି ଜଙ୍ଗଲ ଭିତରକୁ ଯାଇ ଗଛ ମୂଳରେ ବସି ପଡୋଶୀ ରାଜ୍ୟର ନେଟୱର୍କ ଉପରେ ନିର୍ଭର କରି ପରୀକ୍ଷା ଦେଉଛନ୍ତି। ସରକାର କେବଳ ଅନଲାଇନ ପରୀକ୍ଷା ଉପରେ ଧ୍ୟାନ ଦେଇଛନ୍ତି,କିନ୍ତୁ ସବୁ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ଓ ନେଟୱର୍କ ସୁବିଧା ଅଛି କି ନାହିଁ ତାହା ଦେଖିବା ଜରୁରୀ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ପିଲାମାନଙ୍କ କହିବାନୁସାରେ ଚାଲି ଚାଲି ଆସିଥିବାରୁ କଷ୍ଟ ଲାଗୁଛି ଓ ଜଙ୍ଗଲ ଭିତରେ ସାପ ଓ ଜୀବଜନ୍ତୁ ଆକ୍ରମଣ କରିବାର ମଧ୍ୟ ଭୟ ରହୁଛି। ଏହାଛଡ଼ା ଅଦିନିଆ ବର୍ଷା ମୁଖ୍ୟ ସମସ୍ୟା ବୋଲି କହିଛନ୍ତି। ଏଥିପାାଇଁ ମାଟେରୁ ପଞ୍ଚାୟତରେ ମୋବାଇଲ ଟାୱାର ଯୋଗାଇ ଦେବାକୁ କୁନି କୁନି ବିଦ୍ୟାର୍ଥି ସରକାରଙ୍କକୁ ନିବେଦନ କରିଛନ୍ତି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories