www.samajalive.in
Saturday, December 6, 2025
26.1 C
Bhubaneswar

ବାସ୍ତବରେ ‘ହମ୍ ଦିଲ୍‌ ଦେ ଚୁକେ ସନମ୍‌’ : ପ୍ରେମିକ ସହ ସ୍ତ୍ରୀର ବିବାହ ପାଇଁ ଛାଡପତ୍ର ଦେବେ ସ୍ବାମୀ

୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ‘ହମ୍ ଦିଲ୍‌ ଦେ ଚୁକେ ସନମ୍‌’ ଫିଲ୍ମରେ ଅଜୟ ଦେବଗନ୍ ସ୍ତ୍ରୀ ଐଶ୍ବର୍ଯ୍ୟ ରାୟଙ୍କୁ ତାଙ୍କ ପ୍ରେମିକ ସଲମନ ଖାନ୍‌ଙ୍କ ସହ ଦେଖା କରାଇବା ପାଇଁ ଇଂଲଣ୍ଡ ନେଇ ଯାଇଥିଲେ। କିନ୍ତୁ ଐଶ୍ବର୍ଯ୍ୟ ରାୟ ପ୍ରେମିକ ସଲମନଙ୍କୁ ଦେଖା କରିବା ପରେ ପୁଣି ସ୍ବାମୀ ଅଜୟ ଦେବଗନ୍‌ଙ୍କ ନିକଟକୁ ଫେରି ଆସିଥିବା ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହା ଥିଲା ଫିଲ୍ମ କାହାଣୀ। କିନ୍ତୁ ବାସ୍ତବ ଜୀବନରେ ଏଭଳି ଏକ ସାମଞ୍ଜସ୍ୟ କାହାଣୀ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଦେଖିବାକୁ ମିଳିଛି। ପ୍ରେମିକ ସହ ସ୍ତ୍ରୀର ବିବାହ କରାଇବା ପାଇଁ ଜଣେ ସ୍ବାମୀ ଛାଡପତ୍ର ଦେବାକୁ କୋର୍ଟରେ ପହଞ୍ଚିଛନ୍ତି।

ଭୋପାଳ ଫ୍ୟାମିଲ କୋର୍ଟରେ ଜଣେ ବ୍ୟକ୍ତି ଛାଡପତ୍ର ଆବେଦନ ପାଇଁ ପହଞ୍ଚିଥିଲେ। ଛାଡପତ୍ରର କାରଣ ସମସ୍ତଙ୍କୁ ଚକିତ କରିଥିଲା। କାରଣ ଦର୍ଶାଇ ବ୍ୟକ୍ତି ଜଣଙ୍କ କହିଥିଲେ, ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ରହିବାକୁ ଚାହୁଁଛନ୍ତି। ଏହା ସହ ସେ ନିଜ ପ୍ରେମିକାକୁ ବିବାହ କରିବାକୁ ଚାହୁଁଛନ୍ତି। ତେଣୁ ସ୍ତ୍ରୀଙ୍କ ଖୁସୀ ପାଇଁ ସେ ଛାଡପତ୍ର ଦେବାକୁ ଚାହୁଁଛନ୍ତି ବୋଲି ବ୍ୟକ୍ତି ଜଣଙ୍କ କହିଥିଲେ।

- Advertisement -

ସାତ ବର୍ଷ ପୂର୍ବେ ଜଣେ ମହିଳା ଫ୍ୟାଶନ ଡିଜାଇନରଙ୍କ ସହ ସଫ୍ଟୱେୟର ଇଞ୍ଜିନିୟରଙ୍କ ବିବାହ ହୋଇଥିଲା। ଉଭୟଙ୍କ ଦୁଇଟି ସନ୍ତାନ ମଧ୍ୟ ରହିଛନ୍ତି। ବିବାହ ପରେ କିଛି ଦିନ ଠିକଠାକ୍ ଚାଲିଥିଲା। ହଠାତ୍ ଦିନେ ମହିଳା ଜଣଙ୍କ ଜାଣିବାକୁ ପାଇଥିଲେ ଯେ, ସେ ବିବାହ କରିବା ପରେ ତାଙ୍କ ପ୍ରେମିକ ଏକା ରହିଛନ୍ତି। ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି। ଏହା ଜାଣିବା ପରେ ମହିଳାଙ୍କ ମନରେ ପୁରୁଣା ପ୍ରେମିକ ପ୍ରତି ଭଲପାଇବା ପୁଣି ଥରେ ଜାଗ୍ରତ ହୋଇଥିଲା। ଏହାକୁ ନେଇ ସ୍ବାମୀ-ସ୍ତ୍ରୀ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା।

ଏଭଳି ପରିସ୍ଥିତିରେ ମହିଳା ଜଣଙ୍କ ସବୁ କିଛି ଛାଡି ନିଜ ପ୍ରେମିକ ପାଖକୁ ଯିବାକୁ ରାଜି ଥିଲେ। ଏହି ମାମଲା କୋର୍ଟରେ ପହଞ୍ଚିଛି। ପଚରାଉଚରା ସମୟରେ ସ୍ବାମୀ କହିଛନ୍ତି ଯେ, ତାଙ୍କ ସ୍ତ୍ରୀ ପୂର୍ବତନ ପ୍ରେମିକକୁ ଭୁଲିବା ପାଇଁ ରାଜି ନାହାନ୍ତି। ମହିଳା ଜଣଙ୍କ ମଧ୍ୟ ସମାନ ଉତ୍ତର ଦେଇଛନ୍ତି। ସେ ନିଜ ପ୍ରେମିକ ସହ ରହିବାକୁ ଚାହାଁନ୍ତି।

ଏହା ସହ ବ୍ୟକ୍ତି ଜଣଙ୍କ କୋର୍ଟରେ କହିଛନ୍ତି ଯେ, ସେ ଚାହୁଁନାହାନ୍ତି ଏସବୁର ଖରାପ ପ୍ରଭାବ ତାଙ୍କ ପିଲାମାନଙ୍କ ଉପରେ ପଡୁ। ତେଣୁ ସେ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି। ଯାହା ଦ୍ବାରା ତାଙ୍କ ସ୍ତ୍ରୀ ପ୍ରେମିକାକୁ ବିବାହ କରି ଖୁସୀରେ ରହି ପାରିବେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories