www.samajalive.in
Saturday, December 6, 2025
26.1 C
Bhubaneswar

ଏହି ଭୁଲ କରୁଥିଲେ ହୋଇଯାଆନ୍ତୁ ସାବଧାନ ନଚେତ ମା’ଲକ୍ଷ୍ମୀ ହେବେ ଅସନ୍ତୁଷ୍ଟ

ଶାସ୍ତ୍ରରେ ମା’ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ। ମା’ ପ୍ରସନ୍ନ ରହିଲେ ବ୍ୟକ୍ତିଙ୍କ ଜୀବନରେ ଧନ-ସୁଖ ସମୃଦ୍ଧିର କୌଣସି ଅଭାବ ହୋଇନଥାଏ। ମାତ୍ର ବହୁ ସମୟରେ ଜାଣତରେ ହେଉ ଅଥବା ଅଜାଣତରେ ଏପରି କିଛି ଭୁଲ କରି ଦେଉ ଯାଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି। ଜାଣନ୍ତୁ ଏହା ବିଷୟରେ ….
ଅସନା ଅପରିଷ୍କାର ପୋଷାକ ପିନ୍ଧିଲେ ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି।
ଯେଉଁ ବ୍ୟକ୍ତି ସର୍ବଦା ଘରେ ଅଥବା ବାହାରେ କ୍ରୋଧ କରିଥାଆନ୍ତି, ଝଗଡ଼ା କରନ୍ତି, ମା’ଲକ୍ଷ୍ମୀ ସେହି ବ୍ୟକ୍ତିଙ୍କ ଘରେ ବାସ କରନ୍ତି ନାହିଁ।
ଯେଉଁ ଗୃହରେ ସକାଳ ଓ ସନ୍ଧ୍ୟାରେ ଭଗବାନଙ୍କ ନିକଟରେ ଦୀପ ଲଗାଯାଇନଥାଏ, ମା’ଲକ୍ଷ୍ମୀ ସେଠାରେ ରୁହନ୍ତି ନାହିଁ ଓ ଧନ ଜନିତ ସମସ୍ୟା ଲାଗି ରହିଥାଏ।
ଯେଉଁଠାରେ ଗୁରୁ, ସାଧୁ ଓ ଶାସ୍ତ୍ରର ଅନାଦର ହୋଇଥାଏ, ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି।
ଶାସ୍ତ୍ରରେ ସୂର୍ଯୋଦୟ ପରେ ଓ ସୂର୍ଯ୍ୟାସ୍ତ ସମୟରେ ଶୋଇବା ପାଇଁ ବାରଣ କରାଯାଇଛି। ଏହି ସମୟରେ ଶୋଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ହେବା ସହ ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories