ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଗୁରୁବାର କଂଗ୍ରେସ ସଂସଦୀୟ ଦଳ ବୈଠକରେ କେନ୍ଦ୍ରର ମୋଦୀ ସରକାର ଉପରେ ପ୍ରବଳ ବର୍ଷିଛନ୍ତି। ସେ ଦଳୀୟ ନେତାମାନଙ୍କ ସହିତ ଅନେକ ପ୍ରସଙ୍ଗରେ ଆଲୋଚନା କରିବା ସହିତ ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବା ଲାଗି ଷଡ଼ଯନ୍ତ୍ର କରିଥିଲା ବୋଲି କହିଛନ୍ତି। ସୋନିଆ କହିଛନ୍ତି, ମହାରାଷ୍ଟ୍ରରେ ବିଜେପିର ଉଦ୍ୟମ ନିର୍ଲଜତାର ପରିଚୟ। ମୋଦୀ-ଶାହଙ୍କ ଷଡ଼ଯନ୍ତ୍ର ଶେଷରେ ବିଫଳ ହୋଇଯାଇଛି।
ଏହା ସହିତ ସୋନିଆ ହ୍ବାଟ୍ସଆପ ଆକାଉଣ୍ଟ ହ୍ୟାକ୍ ଘଟଣାରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି ନରେନ୍ଦ୍ର ମୋଦୀ ସରକାର ଆମ ମୌଳିକ ଅଧିକାର ଛଡ଼ାଇ ନେଉଛି ବୋଲି କହିଥିଲେ। ସେହିପରି ଜାମ୍ମୁ-କାଶ୍ମୀରକୁ ୟୁରୋପୀୟ ସାଂସଦମାନଙ୍କୁ ପଠାଯିବା ଘଟଣାକୁ ମଧ୍ୟ ସେ ସମାଲୋଚନା କରିଥିଲେ। ସେ କହିଥିଲେ, ଭାରତର ନେତାମାନଙ୍କୁ ଜାମ୍ମୁ-କାଶ୍ମୀର ଯିବା ଲାଗି ଅନୁମତି ଦିଆଯାଉ ନାହିଁ, କିନ୍ତୁ କିଛି ୟୁରୋପୀୟ ସାଂସଦଙ୍କୁ ପଠାଗଲା। ଏହା ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କ ଲଜ୍ଜାଜନକ କାର୍ଯ୍ୟ ବୋଲି ସୋନିଆ କହିଥିଲେ।



