www.samajalive.in
Sunday, December 7, 2025
15.1 C
Bhubaneswar

ସବୁଦିନ କିଛି ପଢିବାର ଅଭ୍ୟାସ ରଖନ୍ତୁ : ମିଳିବ ଏହିସବୁ ଲାଭ

ସାଧାରଣତଃ କୁହାଯାଏ ଯେ, ସବୁଦିନ କିଛି ବହି ପଢିବା ଦ୍ୱାରା ଆମର ଜ୍ଞାନ ବଢିଥାଏ ଓ ଅନେକ ଶିକ୍ଷା ମିଳିଥାଏ। ହେଲେ ଆପଣ ଜାଣନ୍ତି, ପ୍ରତ୍ୟେକଦିନ ବହି ପଢ଼ିବା ଦ୍ୱାରା କେବଳ ଜ୍ଞାନ ବଢି ନଥାଏ, ବରଂ ଶରୀରକୁ ମଧ୍ୟ ଏହାଦ୍ୱାରା ଅନେକ ଉପକାର ମିଳିଥାଏ।
ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁମାନେ ପ୍ରତ୍ୟେକଦିନ ନାଚନ୍ତି ଓ ନାଟକ ଆଦି ଦେଖନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହେ। ସେହିଭଳି ଯେଉଁମାନେ ସବୁଦିନ ବହି ପଢ଼ନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହା ଖୁବ୍‍ ଭଲ ପ୍ରଭାବ ପକାଇଥାଏ। ଗବେଷଣା ରିପୋର୍ଟରୁ ଜଣାପଡ଼ିଥିଲା ଯେ ଯେଉଁମାନଙ୍କର ପ୍ରତିଦିନ ବହି ପଢ଼ିବାର ଅଭ୍ୟାସ ଅଛି, ସେମାନେ ବହି ପଢୁ ନଥିବା ଲୋକଙ୍କଠାରୁ ୩୩% ଅଧିକ ସୁସ୍ଥ।

ତେବେ ଚାଲନ୍ତୁ ଜାଣିବା ପ୍ରତ୍ୟେକଦିନ ବହି ପଢିବା ଦ୍ୱାରା ଆମର କ’ଣ ଉପକାର ହୋଇଥାଏ –

- Advertisement -

ମସ୍ତିଷ୍କ ସତେଜ ରହେ : ବହି ପଢ଼ିବା ଦ୍ୱାରା ମସ୍ତିଷ୍କ ସତେଜ ରହିଥାଏ। ଏଥିସହିତ ମାନସିକ ଶାନ୍ତି ମିଳେ। ବିଷାଦ ଓ ମାନସିକ ଚାପ ଦୂର ହୁଏ। ଟିଭି ଦେଖିବା ଏବଂ କମ୍ପ୍ୟୁଟରରେ କାମ କରିବା ତୁଳନାରେ ବହି ପଢ଼ିଲେ ମସ୍ତିଷ୍କ ସତେଜ ରହେ। ଏହା ସହିତ ବିଚାର ଶକ୍ତି ମଧ୍ୟ ବଢ଼େ।

ସୃଜନ ଶକ୍ତି ବଢିଥାଏ : ଯେଉଁମାନେ ଅଧିକ ପଢ଼ନ୍ତି ସେମାନଙ୍କ ସୃଜନଶୀଳତା ବୃଦ୍ଧି ପାଇଥାଏ। ଛୁଆମାନଙ୍କୁ ଛୋଟରୁ ପଢ଼ିବା ଅଭ୍ୟାସ କରାଇପାରିଲେ ସେମାନଙ୍କ ସୃଜନ ଶକ୍ତି ଭଲ ରହେ।

ଅଲଜାଇମର ରୋଗରୁ ମୁକ୍ତି ଦିଏ : ଅଲଜାଇମର ଏକ ପ୍ରକାର ମାନସିକ ରୋଗ। ବୟସ ବଢ଼ିବା ଦ୍ୱାରା ଲୋକଙ୍କ ସ୍ମରଣଶକ୍ତି କମିଥାଏ। ତେବେ ବହି ପଢ଼ିବା ଅଭ୍ୟାସ ଥିଲେ ଅଲଜାଇମର ବିକଶିତ ହେବାର ସମ୍ଭାବନା କମ୍ ହୋଇଯାଏ। ଏଣୁ ଅଲଜାଇମର ରୁ ବଞ୍ଚିବା ପାଇଁ ବହି ପଢ଼ନ୍ତୁ।

ଭଲ ନିଦ ହୁଏ : ରାତିରେ ବହୁ ସମୟ ଯାଏ ଟିଭି ଦେଖିଲେ ଅବା କମ୍ପ୍ୟୁଟର ସମ୍ମୁଖରେ ବସିଲେ ଆଉ ନିଦ ହୁଏ ନାହିଁ। କିନ୍ତୁ ରାତିରେ ଖାଇ ସାରିବା ପରେ କିଛି ସମୟ ବହି ପଢ଼ିଲେ ଭଲ ନିଦ ହୋଇଥାଏ। ତେଣୁ ରାତିରେ ଶୋଇବାକୁ ଯିବା ପୂର୍ବରୁ ବହି ପଢ଼ିବାକୁ ଭୁଲନ୍ତୁ ନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories