www.samajalive.in
Sunday, December 14, 2025
16.1 C
Bhubaneswar

ବୌଦ୍ଧରେ ନିର୍ବାଚନ ବିଭ୍ରାଟ: କିରାସିରା ଓ ମହିସରପିଣ୍ଡା ବୁଥରେ ୨୩ରେ ସାନି ମତଦାନ

ବୌଦ୍ଧ : ବୌଦ୍ଧ ଜିଲାରେ ସାଧାରଣ ନିର୍ବାଚନ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି । ୮୫ କଣ୍ଟାମାଳ  ବିଧାନସଭା ନିର୍ବାଚନ ମଣ୍ଡଳୀର ୨୬ ନମ୍ବର କିରାସିରା ଓ ୨୮ ନମ୍ବର ମହିସରପିଣ୍ଡା ବୁଥରେ ମତଦାନବେଳେ ଅନିୟମିତତା ହୋଇଥିବା ଅଭିଯୋଗ ହେବା ଏବଂ ଏ ସଂପର୍କରେ ପ୍ରମାଣ ମିଳିବା ପରେ ଉଭୟ ବୁଥରେ ସାନି ନିର୍ବାଚନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ୨୩ ତାରିଖରେ ପୁଲିସର କଡା ସୁରକ୍ଷା ମଧ୍ୟରେ ଏବଂ ବରିଷ୍ଠ ଅଧିକାରୀ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଭୟ ବୁଥରେ ପୁନର୍ବାର ନିର୍ବାଚନ କରିବାକୁ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଜେ . ସୋନାଲ ନିର୍ଦ୍ଦେଶ ଜାରି କରିଛନ୍ତି । ଏନେଇ ଜିଲାପ୍ରଶାସନ ପକ୍ଷରୁ ଉକ୍ତ ଦୁଇ ସ୍ଥାନରେ ବୁଧବାର ଦିନ ସାନି ମତଦାନ କରିବା ନେଇ ଡାକବାଜି ଯନ୍ତ୍ର ଓ ଡେଙ୍ଗୁରା ବଜାଇ ଭୋଟ ଦେବାକୁ ବୁଥ ଅନ୍ତର୍ଗତ ଗ୍ରାମ ଗୁଡିକରେ ଲୋକଙ୍କୁ ଅନୁରୋଧ କରାଯାଇଛି । ଭୋଟ ଗ୍ରହଣ ସକାଳ ୭ ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ପର୍ଯ୍ୟନ୍ତ ଚାଲୁରହିବ । କିରାସିରା ବୁଥ ପାଇଁ ଉପଜିଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଓ ମହେଶ୍ୱରପିଣ୍ଡା ବୁଥ ପାଇଁ ଜିଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନଙ୍କ ତତ୍ୱାବଧାନରେ ନିର୍ବାଚନ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories