www.samajalive.in
Saturday, December 13, 2025
26.1 C
Bhubaneswar

ରେପୋ ରେଟ୍‌ ୪୦ ବେସିସ୍‌ ପଏଣ୍ଟ ହ୍ରାସ କଲା ଆରବିଆଇ, ଶସ୍ତା ହେବ ଋଣ କିସ୍ତି

ମୁମ୍ବଇ: କରୋନା ଭୂତାଣୁ ଯୋଗୁ ପ୍ରଭାବିତ ହୋଇଥିବା ଦେଶର ଅର୍ଥନୀତିକୁ ଅଧିକ ଗତିଶୀଳ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଶୁକ୍ରବାର କେତେକ ନୂଆ ଘୋଷଣା କରିଛନ୍ତି। ରେପୋ ରେଟ୍‌କୁ ୪୦ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଥିବା ଆରବିଆଇ ଗଭର୍ଣ୍ଣର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଫଳରେ ରେପୋ ରେଟ୍‌ ୪.୪%ରୁ କମି ୪%ରେ ପହଞ୍ଚିଛି। ସେହିପରି ରିଭର୍ସ ରେପୋ ରେଟ୍‌ ୪୦ ବେସିସ୍‌ ପଏଣ୍ଟ ହ୍ରାସ ପାଇଁ ୩.୩୫%ରେ ରହିଛି।

ସାମ୍ବାଦିକ ସମ୍ମିଳନୀରେ ଦାଶ କହିଥିଲେ ଯେ, ଆସନ୍ତା ଜୁନ ୩ରୁ ୫ ତାରିଖ ମଧ୍ୟରେ ମନିଟାରୀ ପଲିସି କମିଟି(ଏମପିସି) ବୈଠକ ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ମେ ୨୦ରୁ ୨୨ ପର୍ଯ୍ୟନ୍ତ ବୈଠକ କରାଯାଇଥିଲା। ବୈଠକରେ ଅଧିକାଂଶ ସଦସ୍ୟ ରେପୋ ରେଟ୍‌ ହ୍ରାସ କରିବାକୁ ପ୍ରସ୍ତାବ ଦେଇଥିଲେ। ସେହି ଆଧାରରେ ରେପୋ ରେଟ୍‌ ୪୦ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଛି। ଏହା ଫଳରେ ଗ୍ରାହକମାନଙ୍କ ଲାଗି ଋଣ କିସ୍ତି ଶସ୍ତା ହେବ। ସେ ଆହୁରି କହିଥିଲେ ଯେ, ଚଳିତ ୬ ମାସରେ ମୁଦ୍ରାସ୍ଫୀତି ଉଚ୍ଚ ସ୍ତରରେ ରହିବ। ମାତ୍ର ପରବର୍ତ୍ତୀ ୬ ମାସରେ ଏଥିରେ ହ୍ରାସ ଘଟିପାରେ।

- Advertisement -

ଆରବିଆଇ ଗଭର୍ଣ୍ଣରଙ୍କ ସୂଚନା ଅନୁସାରେ, ଦେଶରେ ବିଦେଶୀ ପୁଞ୍ଜି ୯.୨ ବିଲିୟନ ଡଲାର ବୃଦ୍ଧି ପାଇଛି। ମେ ମାସ ୧୫ ତାରିଖ ସୁଦ୍ଧା ଦେଶରେ ବୈଦେଶିକ ପୁଞ୍ଜି ପରିମାଣ ୪୮୭ ବିଲିୟନ ଡଲାର ରହିଛି। ଲକଡାଉନ ଯୋଗୁ ଆର୍ଥିକ କାର୍ଯ୍ୟକଳାପରେ ବହୁ ମାତ୍ରାରେ ହ୍ରାସ ଘଟିଛି। ୬ଟି ବୃହତ ଶିଳ୍ପ ରାଜ୍ୟଗୁଡ଼ିକ ମଧ୍ୟରେ ଅଧିକାଂଶ ରେଡ୍‌ ଜୋନରେ ରହିଲେ। ଦେଶର ଅର୍ଥବ୍ୟବସ୍ଥାରେ ଏମାନଙ୍କର ୬୦% ଯୋଗଦାନ ରହିଛି। ମାର୍ଚ୍ଚରେ ପୁଞ୍ଜି ସାମଗ୍ରୀ ଉତ୍ପାଦନରେ ୩୬% ହ୍ରାସ ଘଟିଛି। ଗ୍ରାହକ ସ୍ଥାୟୀତା ୩୩% ହ୍ରାସ ପାଇଛି। ମାର୍ଚ୍ଚରେ ଶିଳ୍ପ ଉତ୍ପାଦନରେ ୧୭% କମିଛି। ଏପ୍ରିଲରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୬%କୁ ବୃଦ୍ଧି ପାଇଛି। ପରବର୍ତ୍ତୀ ମାସରେ ଡାଲିର ମୁଦ୍ରାସ୍ଫୀତି ବିଶେଷ ଚିନ୍ତାର କାରଣ ହେବ ବୋଲି ଶକ୍ତିକାନ୍ତ ଦାଶ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories