ରାୟଗଡା: ଭିଜିଲାନ୍ସ ଜାଲରେ ରାୟଗଡ଼ା ବନଖଣ୍ଡ ଅଧିକାରୀ ଡ. ବିଜୟ କୁମାର ପରିଡ଼ା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିଏଫଓଙ୍କ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି । ଭିଜିଲାନ୍ସ ଡିଏସପି ସନ୍ଧ୍ୟାରାଣୀ ସାହୁଙ୍କ ନେତୃତ୍ୱରେ ଆଜି ସକାଳୁ ଚଢାଉ ଆରମ୍ଭ ହୋଇଛି । ଏହି ଚଢାଉରେ ୮ ଜଣ ଡିଏସପି ଓ ୬ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି। ଏକକାଳୀନ ଭାବେ ରାୟଗଡା, ଖୋର୍ଦ୍ଧା, କଟକ ଓ ଯାଜପୁରର ୭ଟି ସ୍ଥାନରେ ଚଢାଉ ଚାଲିଛି । ରାୟଗଡାରେ ଥିବା ଡିଏଫଓଙ୍କ ସରକାରୀ ବାସଭବନ, ରାନିଗୁଡା ଫାର୍ମରେ ଥିବା ଅଫିସ୍, ଭୁବନେଶ୍ବର ପଟିଆରେ ଥିବା ଆଶୀର୍ବାଦ ପ୍ଲାଜା, କଟକରେ ଚାଲିଥିବା ଏକ ନିର୍ମାଧିନ ବିଲ୍ଡିଂ, କଟକର ଶ୍ରୀକୋରୁଆନ ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘର, ଭୁବନେଶ୍ବର ଶିଶୁ ବିହାରରେ ଥିବା ସମ୍ପର୍କୀୟଙ୍କ ଭଡା ଘର ଓ ଯାଜପୁର ଦାମୋଦରପୁରରେ ଥିବା ପୈତୃକ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ବର୍ତ୍ତମାନ ଚଢ଼ାଉ ଜାରି ରହିଥିବାରୁ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ସେନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।
Popular Categories



