www.samajalive.in
Saturday, December 6, 2025
19.1 C
Bhubaneswar

ଶବବ୍ୟବଚ୍ଛେଦ ପାଇଁ କାନ୍ଧରେ ବୁହାହେଲା ଶବ

ରାୟଗଡ଼ା: ଚିକିଟି ଥାନା ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ମୃତକଙ୍କ ଶବବ୍ୟବଚ୍ଛେଦ ପାଇଁ ପରିବାର ଲୋକ ଶବକୁ କାନ୍ଦରେ ବୋହି ଡାକ୍ତରଖାନାକୁ ନେଇ ଥିବା ଦୃଶ୍ୟ ସାମନାକୁ ଆସିଛି । ସୂଚନା ଅନୁଯାୟୀ କାଲି ନକଟସ୍ଥ ଜଙ୍ଗଲରୁ ବ୍ୟକ୍ତି ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ତାଙ୍କର ମୃତ୍ୟୁର କାରଣ ଜାଣିବାକୁ ପରିବାର ଲୋକ ଶବବ୍ୟବଚ୍ଛେଦ କରିବାକୁ ନେଉଥିବା ଜଣାପଡ଼ିଛି । ମୃତ ବ୍ୟକ୍ତି ଜଣକ ଚିକିଟି ଥାନା ଅଧିନ ଡୁଡୁକାବାହାଲ ଗାଁର ହୋଇଥିବା ବେଳେ ସେ ଗତ ୪ତାରିଖରୁ ନିଖୋଜ ଥିଲେ । ଏନେଇ  ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସକୁ ଏନେଇ ଖବର ଦେବା ପରେ ଫୋରେନସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି । ହେଲେ ଶବବ୍ୟବଚ୍ଛେଦ ପାଇଁ ପୁଲିସ ବ୍ୟବସ୍ଥା କରିନଥିବା ଅଭିଯୋଗ ହୋଇଛି ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories