www.samajalive.in
Sunday, December 7, 2025
23.1 C
Bhubaneswar

ଇଟ୍‍ ରାଇଟ୍‍ ପ୍ରତିଯୋଗିତାରେ ମଧ୍ୟପ୍ରଦେଶକୁ ବଡ ସଫଳତା

ଭୋପାଳ : ମଧ୍ୟପ୍ରଦେଶ ଇଟ୍‍ ରାଇଟ୍‍ ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ଏକ ବଡ ସଫଳତା ହାସଲ କରିଛି। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣର ଏହି ଇଟ୍‍ ରାଇଟ୍‍ ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ଇନ୍ଦୌର ପ୍ରଥମ ଏବଂ ଭୋପାଳ ତୃତୀୟ ସ୍ଥାନ ଅଧିକାର କରିଛି।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି,ପୁଣି ଆପଣମାନେ ସଫଳତା ପାଇଛନ୍ତି। ଆଜି ଖୁବ ଗର୍ବିତ ଓ ଖୁସି। ସମସ୍ତ ମଧ୍ୟପ୍ରଦେଶ ବାସିନ୍ଦାଙ୍କୁ ଏହି ସୂଚନା ଦେଇ ଗର୍ବିତ ଯେ, ଇନ୍ଦୌର ଏଫଏସଏସଆଇ ଇଣ୍ଡିଆ ଦ୍ୱାରା ଆୟୋଜିତ ହୋଇଥିବା ଏହି ଇଟ୍‍ ରାଇଟ୍‍ ଚ୍ୟାଲେଞ୍ଜ ଜିତିବା ପରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ପ୍ରଦେଶର ଗୌରବ ବଢାଇଛି। ଏହି ପ୍ରତିଯୋଗିତାରେ ଭୋପାଳ ତୃତୀୟ, ଉଜ୍ଜୈନ ପଞ୍ଚମ ଓ ଜବଲପୁର ସପ୍ତମ ସ୍ଥାନରେ ରହି ମଧ୍ୟପ୍ରଦେଶର ଗୌରବ ବୃଦ୍ଧି କରିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀ,କର୍ମଚାରୀ, ଜନପ୍ରତିନିଧି ଓ ଅନ୍ୟ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଖାଦ୍ୟ ସୁରକ୍ଷାକୁ ମଜଭୂତ କରିବା ପାଇଁ ଓ ନାଗରିକଙ୍କୁ ଗୁଣାତ୍ମକ ଖାଦ୍ୟ ପଦାର୍ଥ ଉପଲବ୍ଧ କରାଇବା ପାଇଁ ଇଟ୍‍ ରାଇଟ୍‍ ଚ୍ୟାଲେଞ୍ଜର ଆୟୋଜନ କରାଯାଇଥିଲା। ଏଥିରେ ୧୮୦ ରୁ ଅଧିକ ସହର ସାମିଲ ଥିଲା। ୭ ଜୁନରେ ଦିଲ୍ଲୀରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଇନ୍ଦୌର ,ଭୋପାଳ ସମେତ ଦେଶର ଅନ୍ୟ ସହରକୁ ସମ୍ମାନୀତ କରାଯିବ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories