ସମାଜ ଡିଜିଟାଲ ଡେସ୍କ: ରାୟଗଡା ଜିଲା ଅନ୍ଧିରାକଞ୍ଚ ଥାନା ପାଇକ କୁପାଖାଲ ଗାଁରେ ଅଭାବନୀୟ ଘଟଣା । ଦେଢ ମାସ ତଳେ ବିବାହ କରିଥିବା ନବ ଦମ୍ପତ୍ତି ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘର ନିକଟ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ । ଦେଢ ମାସ ତଳେ ପ୍ରେମ ବିବାହ କରିଥିବା ବେଳେ ଏଭଳି ଘଟଣା କାହିଁକି ଘଟାଇଲେ ତାହାର କାରଣ ଅସ୍ପଷ୍ଟ ରହିଛି । ତେବେ ପୁଲିସ ପହଞ୍ଚି ତଦନ୍ତ କରୁଛି ।



