www.samajalive.in
Friday, December 5, 2025
26.1 C
Bhubaneswar

ଚିକିତ୍ସା ଅପେକ୍ଷାରେ ମାନସିକ ରୋଗୀ; ୧୦ ବର୍ଷ ହେଲା ଶିକୁଳିରେ ବନ୍ଧା ଜୀବନ

ଅମ୍ବାଦଳା: ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନି। ଦୀର୍ଘ ୧୦ ବର୍ଷ ହେଲା ଶିକୁଳିରେ ବନ୍ଧା ଜୀବନ ଜୀଇଁବାକୁ ପଡୁଛି। ଏପରି ଘଟଣା ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ରେଲୱେପଡ଼ା ଗଁାର ସ୍ବର୍ଗତ ବାସୁଦେବ ସାହୁଙ୍କ ପୁଅ ଡୁବ୍ଲେ ସାହୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଡୁବ୍ଲେ ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ। ଡୁବ୍ଲେ ଅବିବାହିତ। ତାଙ୍କର ଅନ୍ୟ ୩ ଭାଇ ଦିନମଜୁରିଆ। ଡୁବ୍ଲେଙ୍କ ଦେଖାରଖା କରିବାକୁ କେହି ନାହାନ୍ତି। ପରିବାରରେ ଅର୍ଥ ଅଭାବରୁ ଡୁବ୍ଲେଙ୍କ ଚିକିତ୍ସା ହୋଇପାରୁ ନ ଥିବା ଗ୍ରାମବାସୀ କହିଛନ୍ତି। ୧୦ ବର୍ଷ ହେଲା ମାଟି ପିଣ୍ଡାରେ ଶିକୁଳିରେ ବନ୍ଧା ହୋଇ ଅଭିଶପ୍ତ ଜୀବନ ବିତାଉଛନ୍ତି। ୧୦ ବର୍ଷ ତଳେ ଡୁବ୍ଲେ ସାମାନ୍ୟ ଅସୁସ୍ଥ ହୋଇଥିଲେ। ପରେ ମାନସିକ ବିକାରଗ୍ରସ୍ତ ହୋଇ ଏଣେତେଣେ ବୁଲୁଥିଲେ। ସେବେଠାରୁ ଲୋକଙ୍କୁ କାମୁଡ଼ି ଦେବା ଆଶଙ୍କା କରି ପରିବାର ଲୋକେ ତାଙ୍କ ବାମ ଗୋଡ଼ରେ ଲୁହା ଶିକୁଳି ପକାଇ ଏକ ଖୁଣ୍ଟରେ ବାନ୍ଧି ରଖିଛନ୍ତି। ବେଳେବେଳେ ଶିକୁଳି ଖୋଲି ତାଙ୍କୁ ଧରି ସେହି ସ୍ଥାନରେ ପରିବାର ଲୋକେ ବୁଲାବୁଲି କରାଯାଉଛନ୍ତି। ସ୍ବାସ୍ଥ୍ୟ ସେବା ସାତସପନ ହୋଇଛି। ରାୟଗଡ଼ା ସିଡିଏମ୍‌ଓ ବି ସରୋଜିନୀ ଦେବୀଙ୍କୁ ପଚାରିବାରୁ ଆମ ବିଭାଗରେ ସେମିତି କିଛି ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି। ଡୁବ୍ଲେଙ୍କୁ ଜିଲା ପ୍ରଶାସନ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories