www.samajalive.in
Sunday, December 7, 2025
23.1 C
Bhubaneswar

ନିର୍ଦେଶକ ରବି ଟଣ୍ଡନଙ୍କ ପରଲୋକ; ରବୀନା କହିଲେ, ତୁମକୁ ଯିବାକୁ ଦେବିନାହିଁ…

ମୁମ୍ବଇ: ବଲିଉଡ଼ ନିର୍ଦେଶକ ତଥା ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ପିତା ରବି ଟଣ୍ଡନଙ୍କର ଶୁକ୍ରବାର ବିୟୋଗ ଘଟିଛି। ଆଗ୍ରାରେ ଜନ୍ମ ହୋଇଥିବା ୮୭ ବର୍ଷିୟ ରବି ଟଣ୍ଡନ ଅମିତାଭ ବଚ୍ଚନଙ୍କୁ ନେଇ ‘ମଜବୁର’ ଓ ‘ଖୁଦ୍ଦାର’ ଭଳି ହିଟ୍‌ ସିନେମା ଦର୍ଶକଙ୍କୁ ଭେଟି ଦେଇଛନ୍ତି। ତାଙ୍କର ପ୍ରାରମ୍ଭିକ ଚଳଚ୍ଚିତ୍ରଗୁଡ଼ିକରେ ‘ଅନ୍‌ହୋନୀ’ ଓ ‘ଖେଲ ଖେଲ ମେଁ’ ଅନ୍ତର୍ଭୁକ୍ତ। ସଞ୍ଜୀବ କୁମାରଙ୍କ ଘନିଷ୍ଠ ବନ୍ଧୁ ରବି ଟଣ୍ଡନ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆର.କେ ନାୟରଙ୍କ ସହକାରୀ ଭାବରେ କାମ ଆରମ୍ଭ କରିଥିଲେ।


ରବୀନା ଟଣ୍ଡନ ସାମାଜିକ ଗଣମାଧ୍ୟମରେ ପିତାଙ୍କ ଫଟୋ ଶେୟାର କରିବା ସହ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ସେ ଲେଖିଛନ୍ତି, ‘‘ବାପା, ତୁମେ ସବୁବେଳେ ମୋ ସହିତ ଚାଲିବ, ମୁଁ ସବୁବେଳେ ତୁମ ପରି ରହିବି, କଦାପି ତୁମକୁ ଯିବାକୁ ଦେବି ନାହିଁ, ତୁମକୁ ବହୁତ ଭଲପାଏ ପାପା’’। ସିନେଜଗତର ଅନେକ ବ୍ୟକ୍ତି ବିଶେଷ ତାଙ୍କର ଏହି ପୋଷ୍ଟରେ କମେଣ୍ଟ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

- Advertisement -

‘ଲଭ୍ ଇନ୍‌ ଶିମଲା’ ଓ ‘ୟେ ରାସ୍ତେ ହେଁ ପ୍ୟାର୍ କେ’ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ବିଷୟରେ ଜାଣିବା ପରେ ରବି ଟଣ୍ଡନ୍ ନିର୍ଦ୍ଦେଶକ ଭାବେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଅନହୋନୀ’ ନିର୍ମାଣ କରିଥିଲେ। ଏହି ଫିଲ୍ମରେ ସଞ୍ଜୀବ କୁମାରଙ୍କ ଅଭିନୟର ପ୍ରଶଂସା ଏଯାବତ୍‌ ହେଉଛି। ଏହାପରେ ସେ ଋଷି କପୁରଙ୍କୁ ନେଇ ‘ଖେଲ ଖେଲ ମେଁ’ ଚଳଚ୍ଚିତ୍ର ନିର୍ମାଣ କରିଥିଲେ, ଅକ୍ଷୟ କୁମାରଙ୍କ ଫିଲ୍ମ ‘ଖିଲାଡ଼ି’ ହେଉଛି ଏହାର ରିମେକ୍।

 

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories