www.samajalive.in
Friday, December 12, 2025
26.1 C
Bhubaneswar

ଖର୍ଚ୍ଚ ହିସାବ ଦେଇନାହାନ୍ତି ସମ୍ବଲପୁର ଓ ରେଭେନ୍ସା ବିଶ୍ବବିଦ୍ୟାଳୟ

ଭୁବନେଶ୍ବର:୨୦୧୯-୨୦ ଆର୍ଥିକ ବର୍ଷ‌ରେ ଜିଆଇଏ ଦରମା ପାଇଁ ସରକାର ଦେଇଥିବା ଅର୍ଥର ହିସାବ ଦାଖଲ କରିନି ରେଭେନ୍ସା ବିଶ୍ବବିଦ୍ୟାଳୟ। ଏଯାବତ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅର୍ଥର ହିସାସ ବା ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରାଯାଇନି। ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟ ଚତୁର୍ଥ ଶ୍ରେଣୀ କ୍ବାଟରରେ ମଞ୍ଜୁର ହୋଇଥିବା ଅର୍ଥର ହିସାବ ଏଯାବତ୍‌ ଦାଖଲ କରିନି। ଦୁଇ ବିଶ୍ବବିଦ୍ୟାଳୟ ୭ ଦିନ ମଧ୍ୟରେ ବିନିଯୋଗ ପ୍ରମାଣପତ୍ର ଦାଖଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏନେଇ ଗତ ମେ’ ଓ ଜୁଲାଇ ମାସରେ ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଥିଲା। ତେବେ ଏଯାବତ୍‌ ବିଭାଗ ନିକଟରେ ବିନିଯୋଗ ପ୍ରମାଣପତ୍ର ଦାଖଲ କରାଯାଇନି।

ସେଥିପାଇଁ ଗୁରୁବାର ବିଶ୍ବବିଦ୍ୟାଳୟର ବିତ୍ତ ନିୟନ୍ତ୍ରକଙ୍କ ନିକଟକୁ ବିଭାଗର ଯୁଗ୍ମ ସଚିବ ଚିଠି ଲେଖି ୭ ଦିନ ମଧ୍ୟରେ ହିସାବ ପ୍ରଦ‌ାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୋଟ ୧ କୋଟି ୪୧ ଲକ୍ଷ ୯୧ ହଜାର ୯୫୦ ଟଙ୍କାର ବିନିଯୋଗ ପ୍ରମାଣ ପତ୍ର କିମ୍ବା ଟଙ୍କାର ବର୍ତ୍ତମାନର ସ୍ଥିିତି ସମ୍ବନ୍ଧରେ କର୍ତ୍ତୃପକ୍ଷ ୭ ଦିନ ମଧ୍ୟରେ ତଥ୍ୟ ପ୍ରଦାନ କରିବେ।

- Advertisement -

ସେହିପରି ୨୦୧୯-୨୦ ଶିକ୍ଷାବର୍ଷର ଚତୁର୍ଥ ଶ୍ରେଣୀ କ୍ବାଟରରେ ମଞ୍ଜୁର ହୋଇଥିବା ଅର୍ଥର ହିସାବ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଦାଖଲ କରିନାହାନ୍ତି। ଗତ ଜୁଲାଇ ୨୧ରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହିସାବ ମଗାଯାଇଥିଲା ମଧ୍ୟ ତଥ୍ୟ ଏଯାବତ୍‌ ଦାଖଲ ହୋଇନି। ପୁନର୍ବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମ୍ବଲପୁର ବିଶ୍ବବିଦ୍ୟାଳୟର ବିତ୍ତ ନିୟନ୍ତ୍ରକଙ୍କୁ ଚିଠି ଲେଖାଯାଇଛି। ଆସନ୍ତା ୭ ଦିନ ମଧ୍ୟରେ ମଞ୍ଜୁର ହୋଇଥିବା ଅର୍ଥର ବିନିଯୋଗ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories