www.samajalive.in
Monday, December 8, 2025
13.1 C
Bhubaneswar

ଖୋଲିବ ରତ୍ନଭଣ୍ଡାର: ସିନ୍ଦୁକ ହେବ ସ୍ଥାନାନ୍ତର, ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରରୁ ଆଜି(ଶୁକ୍ରବାର) ପୁରୁଣା ସିନ୍ଦୁକ ଏବଂ ଆଲମାରୀ ଗୁଡିକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଦିନ ୧ ଟା ଠାରୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ନୀଳାଦ୍ରି ମହୋଦୟ ସଂଗ୍ରହାଳୟ ନିକଟ ଏକ କୋଠରିକୁ ପୁରୁଣା ସିନ୍ଦୁକ ଓ ଆଲମାରୀ ଗୁଡିକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ମାର୍ଗଦର୍ଶିକା ଅନୁମୋଦନ କରିଛନ୍ତି। ଏହିସବୁ ପୁରୁଣା ସିନ୍ଦୁକ ଏବଂ କାଠ ଆଲମାରୀ ଗୁଡିକରେ ଦୀର୍ଘବର୍ଷ ଧରି ମହାପ୍ରଭୁଙ୍କ ମୂଲ୍ୟବାନ ଅଳଙ୍କାର ରହିଥିଲା। ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଗତ ମାସ ୧୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ଥିଲା। ଜିଲାପାଳଙ୍କ ରେକର୍ଡ ରୁମରୁ ମିଳୁଥିବା ଚାବିରେ ତାଲା ନଖୋଲିବାରୁ ଦୁଇଟି ତାଲା ଭଙ୍ଗା ଯାଇଥିଲା। ସେହିପରି ଗତ ମାସ ୧୮ ତାରିଖରେ ପୁଣିଥରେ ଭିତର ଏବଂ ବାହାର ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ରହିଥିବା ରତ୍ନ ଅଳଙ୍କାରଗୁଡ଼ିକୁ ଦୁଇଟି ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଥିଲା। ନୂଆ କାଠ ସିନ୍ଦୁକରେ ପ୍ରଭୁଙ୍କ ରତ୍ନ ଅଳଙ୍କାର ଗୁଡ଼ିକ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରଖା ଯାଇଛି। ରତ୍ନ ଭଣ୍ଡାର ଭିତରେ ରହିଥିବା ପୁରୁଣା ସିନ୍ଦୁକ ଏବଂ ଆଲମାରୀ ଗୁଡିକ ସ୍ଥାନାନ୍ତର ପାଇଁ ତଦାରଖ କମିଟି ବୈଠକରେ ସ୍ଥିର କରାଯାଇଥିଲା। ରତ୍ନ ଭଣ୍ଡାର ଖାଲି କରାଯିବା ପରେ ଆବଶ୍ୟକ ଯାଞ୍ଚ ଏବଂ ମରାମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥାକୁ ହସ୍ତାନ୍ତର କରାଯିବ। ଭିତର ରତ୍ନଭଣ୍ଡାରକୁ ଲାଗି ଆଉ କୌଣସି ଗୁପ୍ତ କୋଠରୀ ରହିଛି କି ନାହିଁ ସେମାନେ ଯାଞ୍ଚ କରିବେ। ଏଥିପାଇଁ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଆଜି ରତ୍ନଭଣ୍ଡାରରୁ ସିନ୍ଦୁକ ଏବଂ ଆଲମାରୀ ଗୁଡିକ ସ୍ଥାନାନ୍ତର ବେଳେ ତଦାରଖ କମିଟି ଅଧ୍ୟକ୍ଷ ବିଚାରପତି ବିଶ୍ଵନାଥ ରଥଙ୍କ ସମେତ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ କୁମାର ପାଢ଼ୀ, ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ଏବଂ କମିଟିର ସଦସ୍ୟ ମାନେ ଉପସ୍ଥିତ ରହିବେ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories