www.samajalive.in
Monday, December 8, 2025
24.1 C
Bhubaneswar

ଖବର କାଗଜ ବିତରକଙ୍କୁ ରାସନ୍‍ ସାମଗ୍ରୀ ପ୍ରଦାନ

ଚୌଦ୍ୱାର : ଚୌଦ୍ୱାର ସହର ଓ ଏହାର ଆଖପାଖ ଗ୍ରାମାଞ୍ଚଳର ଖବର କାଗଜ ବିତରକ ମାନଙ୍କୁ ବିଜୁ ଜନତା ଦଳର ଚୌଦ୍ୱାର ଶାଖା ତରଫରୁ ସହାୟତା ପ୍ରଦାନ କରାଯାଇଛି। ପୂର୍ବତନ ବିଧାୟକ ପଭାତ ରଞ୍ଜନ ବିଶ୍ୱାଳଙ୍କ ତତ୍ୱାବଧାନରେ ସ୍ଥାନୀୟ କଳାପ୍ରକାଶିନୀ ଅନୁଷ୍ଠାନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡ଼ିର କଟକ ଜିଲା ଉପସଭାପତି ପ୍ରେମଚାନ୍ଦ ନାୟକ,ନଗର ସଭାପତି ବିଷ୍ଣୁ ଚରଣ ପରିଡ଼ା, ଯୁବ ସଭାପତି ଅର୍ଜୁନ କୁମାର ପଣ୍ଡା, ବିମଳ ବେଉରା, ଇମ୍ଫାର ଅଧିକାରୀ ଆଶୀଷ ଦାସ ପ୍ରମୁଖ ଯୋଗଦେଇ ପ୍ରାୟ ୪୦ଜଣ ଖବରକାଗଜ ବିତରକଙ୍କୁ ରାସନ୍‍ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଏଥି ଅବସରରେ ନିଖିଳ ଉତ୍କଳ ବାରିକ ସଂଘର ଚୌଦ୍ୱାର ଶାଖାର ୭୦ରୁ ଉର୍ଦ୍ଧ ସଦସ୍ୟଙ୍କ ପରିବାରକୁ ମଧ୍ୟ ରାସନ୍‍ ସାମଗ୍ରୀ ପ୍ରଦାନ କରାଯାଇଥିଲା। ପରେ ପରେ ପ୍ରତିନିଧି ମାନେ ପୌର ପାଳିକାର ବିଭିନ୍ନ ୱାର୍ଡ଼କୁ ଯାଇ ଗରିବ ଓ ଅସହାୟ ମାନଙ୍କୁ ରାସନ୍‍ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ରୁଚି ମସଲା, ଭାରତ ମସଲା ଏବଂ ଇମ୍ଫା ଶିଳ୍ପଗୋଷ୍ଠୀ ତରଫରୁ ଏହି ସହାୟତା ସାମଗ୍ରୀ ଯୋଗାଇ ଦିଆ ଯାଇଥିବା ଶ୍ରୀ ନାୟକ ସୂଚନା ଦେବା ସହ ଦଳ ତରଫରୁ ଅସହାୟ ମାନଙ୍କୁ ସହାୟତା ପ୍ରଦାନ କାର୍ଯ୍ୟ ଆଗାମୀ ଦିନରେ ଜାରୀ ରହିବ ବୋଲି ପ୍ରକାଶ କରିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories