www.samajalive.in
Thursday, December 11, 2025
16.1 C
Bhubaneswar

ସେବକ ଟାଣିବେ ତିନିରଥ

ପୁରୀ: ଶ୍ରୀମନ୍ଦିର ସେବାୟତ ଟାଣିବେ ତିନିରଥ। ଶ୍ରୀଗୁଣ୍ଡିଚା ଏବଂ ବାହୁଡ଼ାଯାତ୍ରା ପୂର୍ବରୁ ସେମାନଙ୍କର କୋଭିଡ ପରୀକ୍ଷା କରାଯିବ। ସଂକ୍ରମିତ ହୋଇ ନ ଥିବା ସେବାୟତଙ୍କୁ ରଥଯାତ୍ରାରେ ଅଂଶଗ୍ରହଣ ପାଇଁ ଅନୁମତି ଦିଆଯିବ। ରଥଟଣା ପୂର୍ବରୁ ବଡ଼ଦାଣ୍ଡରେ ଅଗ୍ନିଶମ ବିଭାଗ ଦ୍ବାରା ପାଣି ପକାଯିବ। ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି।

ଗତବର୍ଷ ଅତ୍ୟଧିକ ଖରାଯୋଗୁଁ ରଥ ଟାଣିବାରେ ସମସ୍ୟା ହୋଇଥିଲା। ତେଣୁ ଖରାତାତି ପ୍ରତିରୋଧକ ଧଳାରଙ୍ଗ ବଡ଼ଦାଣ୍ଡରେ ଲଗାଇବାକୁ କେତେକ ସେବକ ପରାମର୍ଶ ଦେଇଛନ୍ତି। ସେ ସମ୍ପର୍କରେ ବିଚାର କରାଯାଉଛି। ରଥ ଟାଣିବା ସମୟରେ ସମ୍ପୃକ୍ତ ସେବାୟତଙ୍କୁ ରାସ୍ତାରେ ପାନୀୟଜଳ ଓ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। ରଥ ନିର୍ମାଣ ପ୍ରାୟ ୮୦ ପ୍ରତିଶତ ଶେଷ ହୋଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ସେ କହିଲେ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ କରୋନା କଟକଣା କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ। ଆଗାମୀ ୫ତାରିଖ ପୂର୍ବରୁ ଛତିଶା ନିଯୋଗ ବୈଠକ ଡକାଯାଇ ରଥଯାତ୍ରା ସମ୍ପର୍କରେ ବରିଷ୍ଠ ସେବାୟତ ଏବଂ ନିଯୋଗ କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯିବ। ସେବାୟତଙ୍କୁ କରୋନା ଟିକା ଦିଆଯିବା ସହ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ବୁଧବାର ରଥଯାତ୍ରା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରାଯାଇଛି। ଏଥିରେ ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରିଥିବାବେଳେ ଜିଲାପାଳ ସମର୍ଥ ବର୍ମା, ନୀତି ପ୍ରଶାସକ ଜୀତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ସୁରକ୍ଷା ପ୍ରଶାସକ ସ୍ବପ୍ନ କୁମାର ମହାପାତ୍ର ଏବଂ ଅଧୀକ୍ଷକ ସୁଦର୍ଶନ ମେକାପ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ମୁଖ୍ୟ ପ୍ରଶାସକ ଏବଂ ଜିଲାପାଳ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ପ୍ରସ୍ତୁତି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କ ସହ ସେମାନେ ଆଲୋଚନା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories